Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational Thriller

3.4  

Bharatabandhu Biswal

Romance Inspirational Thriller

ଓଠତଳ ହସ

ଓଠତଳ ହସ

1 min
129



ପ୍ରିୟା ଓଠତଳ   ମୋନାଲିସା ହସ

     ମନେ ରହିଯାଏ ଲାଖି

ଭୁଲିପାରେ ନାହିଁ   ପ୍ରେମିକ ପ୍ରବର

     ସପନେ ଭରଇ ଆଖି ।


ଖୋଜଇ ନିଜକୁ   ପ୍ରିୟାର ଆଖିରେ

     କାୟା ପଛେ ହୋଇ ଛାୟା

ହଜାଏ ନିଜକୁ   ଅନ୍ଧାର ଭିତରେ

      ବାସେ ମହମହ ମାୟା ।


ଦୁଇ ଦେହ ଭିନ୍ନ  ମିଶି ହୋଇଯାଏ

     ଏକମନ ଏକ ପ୍ରାଣ

ଓଠତଳ ହସ    କିଣି ନିଏ ମନ

     ବାନ୍ଧଇ ଦୃଢ଼ ବନ୍ଧନ ।


ଓଠତଳ ହସ   କୁହୁକ ବଳରେ

      ପର ଆପଣାର ହୁଏ

ଜାଳିଦିଏ କେବେ   ହୃଦୟ ମନକୁ

     କୀଟ ପ୍ରାଣ ଝାସିଦିଏ ।


ମୋହିନୀ କନ୍ୟାର  ଓଠତଳ ହସେ

      ରହସ୍ୟ ଲୁଚିକି ଥାଏ

ଆସ୍ୱାଦେ ଦେବତା  ଅମୃତ ପ୍ରେମକୁ

      ଭ୍ରମିତ ଅସୁର ହୁଏ ।

         


Rate this content
Log in

Similar oriya poem from Romance