STORYMIRROR

Sangita Mishra Satapathy

Thriller

3  

Sangita Mishra Satapathy

Thriller

ଅତୀତ କି ଆଉ ଥରେ ଫେରେ

ଅତୀତ କି ଆଉ ଥରେ ଫେରେ

1 min
163

ଅତୀତ ଏମିତି ଏକ ଦୀପଟିଏ

ସ୍ମୃତି ତାର ସଦା ଅଲିଭା ଦୀପାଳି 

ଦିକିଦିକି ହୋଇ ଜଳୁଥାଏ

ମିଠା ମିଠା ସେଇ ସ୍ମୃତିର ମହକ

ମହମହ ହୋଇ ବାସୁଥାଏ

କେତେ ସାଙ୍ଗ ସାଥୀ ମେଳ 

କେତେ ରାଜାରାଣୀ ଖେଳ

ଝିପିଝିପି ବରଷାରେ 

କାଗଜଡଙ୍ଗାର ମେଳ

ସମୟ ତ ଅଟକିନି

ସୁଅ ମୁହେଁ ପତ୍ର ପରାଏ

ଅତୀତ ସ୍ମୃତିରେ ଭାସି ଯାଏ

କେବେ ସେ ଅତୀତ ସୁଖ ପସରା

କେବେ ଅତୀତ ଦୁଃଖ ର ଅସରା

ଅତୀତ ଏମିତି ଦୀପଟିଏ 

ଲିଭି ଲିଭି ପୁଣି ଜଳୁଥାଏ

ମନକୁ ହଜାଇ ନିଦକୁ ଚୋରାଇ

ଆଖିକୁ ସେ ଭିଜାଉଥାଏ

ଅତୀତ ଆଈମା ଗପ ପେଡିଟିଏ

ଯେତେ ଶୁଣୁଥିଲେ ନୂଆ ଲାଗୁଥାଏ

ଅତୀତ ସତେଜ ଫୁଲଟିଏ 

ଯେତେ ବାସିହୁଏ ସେତେ ବାସୁଥାଏ

ମିଠା ମହକରେ ମନ ମୋହୁଥାଏ

ଅତୀତ ଅଫେରା ନଈଟିଏ

ଥରେ ଗଲେ ଚାଲି 

ଅତୀତ କି ଆଉ ଥରେ ଫେରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller