ଅତୀତ କି ଆଉ ଥରେ ଫେରେ
ଅତୀତ କି ଆଉ ଥରେ ଫେରେ
ଅତୀତ ଏମିତି ଏକ ଦୀପଟିଏ
ସ୍ମୃତି ତାର ସଦା ଅଲିଭା ଦୀପାଳି
ଦିକିଦିକି ହୋଇ ଜଳୁଥାଏ
ମିଠା ମିଠା ସେଇ ସ୍ମୃତିର ମହକ
ମହମହ ହୋଇ ବାସୁଥାଏ
କେତେ ସାଙ୍ଗ ସାଥୀ ମେଳ
କେତେ ରାଜାରାଣୀ ଖେଳ
ଝିପିଝିପି ବରଷାରେ
କାଗଜଡଙ୍ଗାର ମେଳ
ସମୟ ତ ଅଟକିନି
ସୁଅ ମୁହେଁ ପତ୍ର ପରାଏ
ଅତୀତ ସ୍ମୃତିରେ ଭାସି ଯାଏ
କେବେ ସେ ଅତୀତ ସୁଖ ପସରା
କେବେ ଅତୀତ ଦୁଃଖ ର ଅସରା
ଅତୀତ ଏମିତି ଦୀପଟିଏ
ଲିଭି ଲିଭି ପୁଣି ଜଳୁଥାଏ
ମନକୁ ହଜାଇ ନିଦକୁ ଚୋରାଇ
ଆଖିକୁ ସେ ଭିଜାଉଥାଏ
ଅତୀତ ଆଈମା ଗପ ପେଡିଟିଏ
ଯେତେ ଶୁଣୁଥିଲେ ନୂଆ ଲାଗୁଥାଏ
ଅତୀତ ସତେଜ ଫୁଲଟିଏ
ଯେତେ ବାସିହୁଏ ସେତେ ବାସୁଥାଏ
ମିଠା ମହକରେ ମନ ମୋହୁଥାଏ
ଅତୀତ ଅଫେରା ନଈଟିଏ
ଥରେ ଗଲେ ଚାଲି
ଅତୀତ କି ଆଉ ଥରେ ଫେରେ ।