ବିଲୁଆ ବାଲ୍ମୀକି ସାଜିଲା
ବିଲୁଆ ବାଲ୍ମୀକି ସାଜିଲା
ବଣରେ ସିଂହ ରାଜା ଅନ୍ୟ ପଶୁମାନଙ୍କୁ ମାରି ଖାଇବାରେ ଓସ୍ତାଦ. କେବେ କାହାର ପାଳି ପଡିବ କହିବା ମୁସ୍କିଲ. ବିଲୁଆ ବଡ଼ ଚତୁର ହେଲେ ମଧ୍ୟ ସେ କୌଣସି ଉପାୟ ପାଇଲାନାହିଁ ତ ତା ପରିବାରର ସଦସ୍ୟମାନେ ମଧ୍ୟ ସିଂହ ମୁଖରେ ପଡୁଥିଲେ. ହଠାତ ଦେଖାଗଲା ସିଂହ ରାଜା ବଣରୁ ଉଭାନ. ତାଙ୍କ ପରେ ତାଙ୍କ ପୁଅ ରାଜଗାଦିରେ ବସିବାର କିଛି ଦିନ ପରେ ସେ ମଧ୍ୟ କୁଆଡେ ଚାଲିଗଲେ. ଏମିତି ଏମିତି ସିଂହ ରାଜାଙ୍କ ବଂଶାନୁକ୍ରମିକ ରାଜଗାଦିରେ ବସିବା ଓ କିଛି ଦିନ ପରେ କୁଆଡେ ଚାଲିଯିବାରେ କୌଣସି ପଶୁମାନଙ୍କୁ କିଛି ଫରକ ପଡୁ ନଥିଲେ ମଧ୍ୟ ଇଗଲ ଏହା ବିଷୟରେ ଭାବିବାକୁ ଲାଗିଲା.।
ଏବେ ସିଂହ ଛୁଆ ସବୁ ଶାବକ ହୋଇଥିବାରୁ ସେମାନେ ସାବାଳକ ହେବା ପର୍ଯ୍ୟନ୍ତ ସବୁ ପଶୁ ପକ୍ଷୀ ମିଶି ବିଲୁଆକୁ ସିଂହାସନରେ ବସାଇ ଥାଆନ୍ତି କିନ୍ତୁ ଇଗଲ ମନରେ ସନ୍ଦେହ ଥାଏ. ସେ ଦିନେ ଉଡି ଉଡି ଦେଖିଲା ବିଲୁଆ ରାଜାଙ୍କ ବାଡ଼ିପଟେ କେତେ ଗୁଡିଏ ସମାଧି ହୋଇଛି. ସେ ସମାଧି ଗୁଡିକୁ ଠେକୁଆ ଓ ଶିଆଳିପତନୀ ତଥା ଗୁଣ୍ଡୁଚିମୂଷା ଜଗିଥାନ୍ତି. ସେମାନଙ୍କୁ ପଚାରି ଇଗଲ ଅପମାନିତ ହୋଇ ଫେରିଆସିଲା. ଏବେ ବଂଶାନୁକ୍ରମିକ ରାଜା ହେଉଥିବା ଶିଶୁ ଶାବକ ସିଂହ ବଡ଼ ହୋଇଗଲାଣି ତ ବିଲୁଆକୁ ମନ୍ତ୍ରୀ କରି ସିଂହ ରାଜା ହେଲେ. ଦିନେ ଇଗଲ ଦେଖିଲା ବିଲୁଆ ସିଂହ ରାଜାଙ୍କୁ କୁଆଡେ ଡାକି ନେଲେ. ସିଂହ ରାଜା ହେବାପରେ ସବୁ ପଶୁଙ୍କର ଭାଳେଣୀ ପଡେ କାରଣ ତାଙ୍କ ଵଂଶ ଏଣିକି ସିଂହ ପାଟିରେ ଯିବେ.କିନ୍ତୁ ପକ୍ଷୀମାନେ ନିର୍ଭିକ ଥିଲେ. ତାଙ୍କୁ ଧରିବା ସହଜ ନଥିଲା. ଏବେ ଇଗଲ ନଡରି ସେ ଦୁହିଁଙ୍କ ପଛେ ପଛେ ଯାଇ ଦେଖିଲା ସିଂହ ରାଜାଙ୍କୁ ନେଇ ବିଲୁଆ ଗୋଟେ ଭଙ୍ଗା କୂଅ ପାଖରେ ଭିତରକୁ ଦେଖେଇ କହିଲା ଏଠାରେ ଆପଣଙ୍କ ପ୍ରତିଦ୍ବନ୍ଦୀ ରହିଛି. ସେ କୌଣସି ସମୟରେ ଆପଣଙ୍କ ରାଜଗାଦି ଛଡେଇ ନେଇପାରେ ତେଣୁ ଆପଣ ପ୍ରଥମେ ତାକୁ ପରାସ୍ତ କରି ନିଜ ସିଂହାସନକୁ ବିପଦ ମୁକ୍ତ ରଖନ୍ତୁ.
ସିଂହ ଭିତରକୁ ଚାହିଁ ପାଣିରେ ନିଜ ପ୍ରତିବିମ୍ବ ଦେଖି ଆଉ ଗୋଟେ ସିଂହ ଭାବି କୁଦି ପଡିଲା. ଗଭୀର କୂପରେ ପଡି ସିଂହ ମରିଗଲା ପରେ ତାର ଅସ୍ଥି ଆଣି ବିଲୁଆ ସମାଧି ତିଆରି କରେ. ଇଗଲ ଯେବେ ପଚାରିଲା ବିଲୁଆକୁ, ବିଲୁଆ କହିଲା ସିଂହ ରାଜାଙ୍କୁ ନିଜ ହାତରେ ନମାରି କୌଶଳରେ ବୁଦ୍ଧିବଳରେ ମାରୁଥିଲେ ମଧ୍ୟ ପାପରୁ ମୁକ୍ତି ପାଇବାକୁ ସମାଧିରେ ଅସ୍ଥି ରଖି ପୂଜା କରି ମଣିଷମାନଙ୍କ ପରି ପୁଣ୍ୟ ଅର୍ଜ୍ଜନ କରୁଛି କେବଳ. ଇଗଲ ହସୁଥିଲା ଠୋ ଠୋ କହୁଥିଲା ଯାହା କୁହ ବିଲୁଆ ନନା ପଇଡ଼ ବଡ଼ ମଧୁର.. ବିଲୁଆ ବଡ଼ ଚତୁର ବୋଲି କଣ ମିଛରେ ମଣିଷ ଲେଖିଛି. ବିଲୁଆ ମଧ୍ୟ ହସୁଥିଲା ଠୋ ଠୋ. ପରିବାରକୁ ସୁରକ୍ଷା ଦେବା ପାଇଁ ବିଲୁଆର ଏ ବୁଦ୍ଧିକୁ ଇଗଲ ସଲାମ ଜଣାଇ ଫେରିଗଲା ପରେ ଏଣିକି ବିଲୁଆ ତାର ପରିବାର ସହ ଅନ୍ୟ ଜଙ୍ଗଲକୁ ଚାଲିଯାଇଥିଲା.ଅନ୍ୟ ପଶୁ ପକ୍ଷୀମାନେ ଯେତେ ନେହୁରା ହେଲେ ମଧ୍ୟ ତା ହୃଦୟ ଏ ପାପରେ ଆଉ ଭାଗିଦାର ହେବାକୁ ଚାହୁଁନଥିଲା.।