STORYMIRROR

Sunanda Mohanty

Abstract Romance Thriller

4  

Sunanda Mohanty

Abstract Romance Thriller

ବସନ୍ତ ଯାଆନା ହଜି

ବସନ୍ତ ଯାଆନା ହଜି

2 mins
350


ସାତ ପୁଅଝିଅ ଭିତରୁ ଧରାର ତୁ ପରା ନୀଳମଣି

ତୁ ହଜିଗଲେ ବସନ୍ତ ଧରା ପଣତରେ ସବୁଜ ରଙ୍ଗ ବୁଣି

କିଏ ଲେଖିଦେବ ପତ୍ରର ରନ୍ଦ୍ରରେ ବସନ୍ତ ମଉଡମଣି

ସାତରଙ୍ଗ ଧରି ଫଗୁଣରେ ଥରେ ଆସୁରେ ପରଶମଣି

ତୁ ଆସିଗଲେ ସବୁ ଋତୁ ପରା ଫେରିବେ ସାଥେ ରଙ୍ଗମୁଣି

ସୁରୁଜ ବୁଣିବେ ମୁରୁଜ ନାଲି ବାଘନିଶହନାଲା ଇନ୍ଦ୍ରଧନୁ ପୁଣି

ରାଧା କୃଷ୍ଣ ଆଉ ଖେଳିବେକି ଦୋଳି ହଜିଗଲେ ତୁ ଧନମଣି

ବାଟୋଇ ଭାଇଙ୍କୁ ପଚାରିବ ମାଆ ଧରିତ୍ରୀ ରାଣୀ

ମୋ ପୁଅ ବସନ୍ତ ହଜିଗଲା କେଣେ ବାରତା ଦିଅ ତା ଆଣି

ପିକ ଗାଇବନି ଗୀତ କି ସଂଗୀତ ହଜିବ ପ୍ରେମ ପରଶ ଜାଣି

ଶୁଷ୍କ ତରୁଗଣ ପଲ୍ଲବୀ ଉଠିବେକି ହସିବାକୁ ଦିନ ଗଣି

କିଏ ନେଇଗଲା ସବୁଜ ବଟୁଆ ରାଗ କାହିଁ କରୁ ପୁଣି

ହସି ହସାଇବା ଭଲପାଇବା ବାର୍ତ୍ତା ଦେବ କିଏ

ଥୋଇବ ସଜାଡି ସୁଜୁଡ଼ି ନେଇଆଣି

ବିରହ ବିଥିକା ଗାଇବ ରଜନୀ ଦିନ ହେବ ବାୟାଣୀ

ହଜିଯାଆନା ବସନ୍ତ ମୋ ରାଣ ଦେଉଛି ସାତରଙ୍ଗ ଚିଠିରେ

ତୋ ମାଆ ଧରିତ୍ରୀ ଋଷିବ ଅନର୍ଥ ହେବ ବୋଲିବ କିଏ ରାଣୀ

ପ୍ରେମର ବାର୍ତ୍ତାରେ ପରସ୍ପରେ ଛନ୍ଦି ଗାଉଣା ବାଜଣା ମାଜଣା ପୁଣି

କେମିତି ଧରା ରହିବ ତୋ ବିନା ପୁତ୍ରମଣି

ତୁ ଆସିଗଲେ ସଭିଏଁ ଫେରିବେ ମାଆ ରାଣୀ ମନ ଜାଣି

ଫେରିଆ ବସନ୍ତ ପୋଛିଦେ ଲୁହ ମା ଆଖିରୁ ଜାଣି

ସାତ ସନ୍ତାନ ଭିତରେ ବଡ଼ ବୋଲି ତୁ କହେ ମା ମନ କିଣି

ହଜିଯାଆନା ମଥୁରା କି ବୃନ୍ଦାବନେ ଶ୍ରୀକୃଷ୍ଣ ରାଧା

ଝୁଲିବେ ଝୁଲାରେ ବସନ୍ତ ଆସିଲେ ମଲ୍ଲୀ ମହକେ ଶ୍ୟାମାମଣୀ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract