ବସନ୍ତ ଯାଆନା ହଜି
ବସନ୍ତ ଯାଆନା ହଜି
ସାତ ପୁଅଝିଅ ଭିତରୁ ଧରାର ତୁ ପରା ନୀଳମଣି
ତୁ ହଜିଗଲେ ବସନ୍ତ ଧରା ପଣତରେ ସବୁଜ ରଙ୍ଗ ବୁଣି
କିଏ ଲେଖିଦେବ ପତ୍ରର ରନ୍ଦ୍ରରେ ବସନ୍ତ ମଉଡମଣି
ସାତରଙ୍ଗ ଧରି ଫଗୁଣରେ ଥରେ ଆସୁରେ ପରଶମଣି
ତୁ ଆସିଗଲେ ସବୁ ଋତୁ ପରା ଫେରିବେ ସାଥେ ରଙ୍ଗମୁଣି
ସୁରୁଜ ବୁଣିବେ ମୁରୁଜ ନାଲି ବାଘନିଶହନାଲା ଇନ୍ଦ୍ରଧନୁ ପୁଣି
ରାଧା କୃଷ୍ଣ ଆଉ ଖେଳିବେକି ଦୋଳି ହଜିଗଲେ ତୁ ଧନମଣି
ବାଟୋଇ ଭାଇଙ୍କୁ ପଚାରିବ ମାଆ ଧରିତ୍ରୀ ରାଣୀ
ମୋ ପୁଅ ବସନ୍ତ ହଜିଗଲା କେଣେ ବାରତା ଦିଅ ତା ଆଣି
ପିକ ଗାଇବନି ଗୀତ କି ସଂଗୀତ ହଜିବ ପ୍ରେମ ପରଶ ଜାଣି
ଶୁଷ୍କ ତରୁଗଣ ପଲ୍ଲବୀ ଉଠିବେକି ହସିବାକୁ ଦିନ ଗଣି
କିଏ ନେଇଗଲା ସବୁଜ ବଟୁଆ ରାଗ କାହିଁ କରୁ ପୁଣି
ହସି ହସାଇବା ଭଲପାଇବା ବାର୍ତ୍ତା ଦେବ କିଏ
ଥୋଇବ ସଜାଡି ସୁଜୁଡ଼ି ନେଇଆଣି
ବିରହ ବିଥିକା ଗାଇବ ରଜନୀ ଦିନ ହେବ ବାୟାଣୀ
ହଜିଯାଆନା ବସନ୍ତ ମୋ ରାଣ ଦେଉଛି ସାତରଙ୍ଗ ଚିଠିରେ
ତୋ ମାଆ ଧରିତ୍ରୀ ଋଷିବ ଅନର୍ଥ ହେବ ବୋଲିବ କିଏ ରାଣୀ
ପ୍ରେମର ବାର୍ତ୍ତାରେ ପରସ୍ପରେ ଛନ୍ଦି ଗାଉଣା ବାଜଣା ମାଜଣା ପୁଣି
କେମିତି ଧରା ରହିବ ତୋ ବିନା ପୁତ୍ରମଣି
ତୁ ଆସିଗଲେ ସଭିଏଁ ଫେରିବେ ମାଆ ରାଣୀ ମନ ଜାଣି
ଫେରିଆ ବସନ୍ତ ପୋଛିଦେ ଲୁହ ମା ଆଖିରୁ ଜାଣି
ସାତ ସନ୍ତାନ ଭିତରେ ବଡ଼ ବୋଲି ତୁ କହେ ମା ମନ କିଣି
ହଜିଯାଆନା ମଥୁରା କି ବୃନ୍ଦାବନେ ଶ୍ରୀକୃଷ୍ଣ ରାଧା
ଝୁଲିବେ ଝୁଲାରେ ବସନ୍ତ ଆସିଲେ ମଲ୍ଲୀ ମହକେ ଶ୍ୟାମାମଣୀ ll

