STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ନନ୍ଦିଘୋଷେ  ବିଜେ କଳା ଠାକୁର

ନନ୍ଦିଘୋଷେ  ବିଜେ କଳା ଠାକୁର

2 mins
396


ନନ୍ଦିଘୋଷେ ବିଜେ କଳା ଠାକୁର

କି ଉପମା ମୁଁ ଦେବି

ବଡ଼ଭାଇ ତାଳଧ୍ଵଜରେ ଭଉଣୀ

ଦେବଦଳନରେ ଦେବୀ l

ଘଣ୍ଟ ଘଣ୍ଟା ହୁଳହୁଳି ପେଁକାଳୀ

ଦୀପ ଧୂପ ମାଳ ଦେବି

କସ୍ତୁରୀ ଚନ୍ଦନ ମହକେ ମହକି

କାଳିଆ ସାଆନ୍ତ ଆଦି l

ଟାହିଆ ହଲେଇ ପହଣ୍ଡିରେ ଥାଇ

କି ସୁନ୍ଦର ଦିଶ ମହାକବି

ତାଙ୍କ ବିଷୟରେ କଣ ଲେଖିବି ଭାବି

ଦେଖେ ତାଙ୍କ ପ୍ରତିଛବି l

ଆଧାଗଢ଼ା ଦିଅଁ ପତିତ ପାବନ ରଥେ

ଶୋଭାବନ୍ତ ତାଙ୍କ ଛବି

ସାଲବେଗ ଆଉ ଦାସିଆ ବାଉରୀଙ୍କ ପରି

ଅନେକ ଭକ୍ତ ହୁଅନ୍ତି ଭାବି l

ଦେଖିବାକୁ ଥରେ ଏ ମୋହନ ରୂପ ପ୍ରଭୁଙ୍କର

ଆସିଛନ୍ତି ବେଗି ବେଗି

ନୟନ ପୁରାଇ ଦେଖୁ ଦେଖୁ ଅସ୍ତ ନହୁଅନ୍ତୁ

ସୂର୍ଯ୍ୟ ନାମେ ପ୍ରଭୁ ରବି l

ଗୁଣ୍ଡିଚା ବେଦୀରେ ରତ୍ନ ସିଂହାସନ ପରେ 

ଉପବେଶନେ କଳା ଶ୍ରୀମୁଖ ଦେଖି

ଯାଆନ୍ତା ପ୍ରାଣ ନଥାନ୍ତା କଷଣ ଭକତ

ହୁଏ ମୁଁ ଭାବି କବି l

ଘିଡ଼ି ଘିଡ଼ି ରଥ ଆସୁଅଛି ମାଡି

ଭକତ ଗଲେଣି ଖେଦି

ତୁମ କୃପା ବଳେ ଦେଖା ହେବା କାଳେ

ଅଶ୍ରୁ ମୋ ପୋଛି ନେବି l

ସୁନ୍ଦର ରୂପ ଟାହିଆ ହଲେଇ ଆସ ସାଆନ୍ତ

ନଡ଼ିଆ କି ଦେଇ ପାରିବି

ଭକତି ଭାବରେ ଏ ଭବ ସମୁଦ୍ର ଭିତରେ

ହରି ବୋଲି ଡାକି ଦେବି

ତୁମେ ଶୁଣିବ ପ୍ରଭୁ କର୍ଣ୍ଣଡେରି ହେଉ ପଛେ ଡେରି

ରଥ ପଥ ଜଗନ୍ନାଥ ଚରଣ ବନ୍ଦିବି l



Rate this content
Log in

Similar oriya poem from Classics