ଅଶୋକ ବନରେ ସୀତା ଦର୍ଶନ
ଅଶୋକ ବନରେ ସୀତା ଦର୍ଶନ
ପିଲା ଦିନେ ଭିନ୍ନ ଭିନ୍ନ ଅସ୍ତ୍ର ଶସ୍ତ୍ର
ଦେବତାଙ୍କ ଠାରୁ ପ୍ରାପ୍ତ
ପ୍ରାପ୍ତ ହେବା ସହ ନିଜେ ହନୁମାନ
ହୋଇଲେ ବିଶୃଙ୍ଖଳିତ
ନଷ୍ଟ କରୁ ଥିଲେ ବାରମ୍ବାର ପଶି
ସାଧୁ ଆଶ୍ରମ ଭିତରେ
ପିତା ପବନ ଦେବଙ୍କୁ ଅଭିଯୋଗ
ଫଳ ପୁତ୍ର ସପକ୍ଷରେ
ନିରୁପାୟ ସାଧୁ ବର୍ଗ ଥର ହର
ହନୁମାନ ଦୁଷ୍ଟାମୀ ରେ
ଶକ୍ତି ପାଇଁ ଗର୍ବ ସହ ହନୁମାନ
ଉତ୍ପାତ ସାଧୁ ପାଶରେ
ଶ୍ରେଷ୍ଠ ୠଷି ଅଙ୍ଗିରା ଓ ଭୃଗୁ ଦେଲେ
ଶାପ ହନୁମାନ ପ୍ରତି
ନିଜ ଶକ୍ତି ଭୁଲିଯିବ ହନୁମାନ
ଶାପ ଫଳିବ ସମ୍ପ୍ରତି
ଯଦି କେହି ଶକ୍ତି ବିଷୟରେ କହି
ଚେତେଇ ଦେଇ ପାରିବ
ପୁନର୍ବାର ସେହି ପୂର୍ବ ଶକ୍ତି କଥା
ଆପେ ସ୍ମରଣ ହୋଇବ
ସୀତା ଠାବ କଥା ଶୁଣି ହନୁମାନ
ପ୍ରଭୁ ଶ୍ରୀରାମ ମୁଖରେ
ନିଜ ଅକ୍ଷମତା କଥା ଜଣାଇଲେ
ବିନମ୍ରତା ସହକାରେ
ସେ ସମୟେ ଜାମ୍ବବାନ ଶୁଣାଇଲେ
ହନୁମାନ ଶକ୍ତି କଥା
ସକଳ ଦେବତା ଠାରୁ ଶକ୍ତି ପ୍ରାପ୍ତ
ସ୍ମରଣ ହେଉ ସେ କଥା
ଜାମ୍ବବାନ ମୁଖେ ନିଜ ଶକ୍ତି କଥା
ଶୁଣୁ ଶୁଣୁ ହନୁମାନ
ଅନୁଭବ କଲେ ନିଜ ଶକ୍ତି କଥା
ମନ ହୋଇଲା ପ୍ରସନ୍ନ
ଜୟ ଶ୍ରୀରାମ ଉଚ୍ଚାରଣ କରି
ସମୁଦ୍ର ପାରି ହୋଇଲେ
ଲଙ୍କା ରେ ପହଞ୍ଚି କେଉଁଠି ନ ପାଇ
ଅଶୋକ ବନକୁ ଗଲେ
ଶିଂସପା ବୃକ୍ଷ ଡାଳରେ ବସି ରହି
ଲକ୍ଷ୍ୟ କଲେ ହନୁମାନ
ଅଶୋକ ବୃକ୍ଷର ମୂଳରେ ହିଁ ଅଛି
ସୀତା ମାତାଙ୍କ ଆସ୍ଥାନ
ବୃକ୍ଷ ମୂଳେ ପୁଣି ଭୂମି ଚଟାଣରେ
ସୀତା ରହିଥିଲେ ବସି
କେଶ ରାଶି ପ୍ରାୟ ଥିଲା ଅସଜଡା
ମୁଖେ ନାହିଁ ହସ ଖୁସି
ରାବଣର ପ୍ରଲୋଭନ କଥା ପୁଣି
ରାକ୍ଷସୀ ଙ୍କ ପ୍ରବର୍ତ୍ତନା
ସୀତାଙ୍କ ବିଷାଦ ମୁଖ ମଣ୍ଡଳରେ
ସ୍ପଷ୍ଟ ଭାବେ ହେଲା ଜଣା
ବୃକ୍ଷ ପରେ ବସି ରହି ହନୁମାନ
ରାମ କଥା କଲେ ଗାନ
ଶ୍ରୀରାମଙ୍କ ଜନ୍ମ ଠାରୁ ସବୁ କଥା
ମୁଖରେ କଲେ ବର୍ଣ୍ଣନ
ସୀତାଙ୍କ ସନ୍ଧାନ ନିମନ୍ତେ ପ୍ରେରଣ
ହୋଇଛି ଏ ହନୁମାନ
ସୀତା ମାତା ବିନା ପ୍ରଭୁ ରାମ ଚନ୍ଦ୍ର
ଦୁଃଖେ ବିତାନ୍ତି ଜୀବନ
ଅଜ୍ଞାତ ବାନର ମୁଖରେ ଶ୍ରୀରାମ
ଗୁଣ ମହିମା ବର୍ଣ୍ଣନ
ସନ୍ତୋଷ ହେବା ପରେ ସୀତାଙ୍କର
ସନ୍ଦେହ ହେଲା ସେ କ୍ଷଣ
ଅସୁର ମାୟା ବି ହୋଇପାରେ ଭାବି
ସୀତା ହେଲେ ପ୍ରକୃତିସ୍ଥ
ଦୂରେ ଥାଇ ହନୁମାନ ବୁଝିଗଲେ
ସୀତାଙ୍କର ମନୋରଥ
ଶ୍ରୀରାମଙ୍କ ନାମ ଶପଥ ପୂର୍ବକ
କହୁ ଥିଲେ ହନୁମାନ
ଶ୍ରୀରାମଙ୍କର ହିଁ ସେବକ ଓ ଭକ୍ତ
ବାର୍ତ୍ତା କରିଛି ବହନ
ଶ୍ରୀରାମ ଆଙ୍ଗୁଳିରେ ଥିବା ମୂଦ୍ରିକା
ଦେଇଛନ୍ତି ପ୍ରଭୁ ନିଜେ
ବିଶ୍ୱାସ ସ୍ବରୂପ ମୁଦ୍ରିକା କୁ ଦେଖି
ଗ୍ରହଣ କର ସହଜେ
ହନୁମାନଙ୍କର ପବିତ୍ର ବଚନେ
ବିଶ୍ୱାସ ହୋଇଲା ଜାତ
ହନୁମାନ ଠାରୁ ମୁଦ୍ରିକା ପ୍ରାପ୍ତି ରେ
ସୀତା ମନ ଆନନ୍ଦିତ
ଉପକାରୀ ହନୁ କହି ସୀତା ମାତା
ପଚାରିଲେ ରାମ କଥା
କେତେ ଦୁଃଖ ସହ୍ୟ କରୁଛନ୍ତି ପ୍ରଭୁ
ସ୍ମରଣ ହୁଏ କି' ଏ ସୀତା !!
ସୀତା ମାତା କଥା ଶୁଣି ହନୁମାନ
କହିଲେ ଦୁଃଖ ବାରତା
ପ୍ରତି ମୁହୂର୍ତ୍ତରେ ସୀତା ସୀତା ନାମ
ଶୟନେ ସପନେ ସୀତା
ରାମଙ୍କ ଅବସ୍ଥା କେତେ ଯେ ବ୍ୟଥିତ
ବର୍ଣ୍ଣନା କରିବା କଷ୍ଟ
ସୀତା ମୁକ୍ତି ପଥ ହେଲା ସୁନିଶ୍ଚିତ
ଘୁଞ୍ଚିବ ସବୁ ସଙ୍କଟ
ରାବଣ ସହିତ ସମଗ୍ର ଲଙ୍କାକୁ
ଧରି ହେବ ଅନାୟସେ
ନିଜର ଅପୂର୍ବ ସାହସ ବିଷୟେ
ହନୁ କହେ ସୀତା ପାଶେ
ସୀତା ମାତା ଶୁଣି ହନୁମାନ କଥା
କହିଲେ ପ୍ରସନ୍ନ ଚିତ୍ତେ
କ୍ଷୁଦ୍ର ଶରୀର ଟି ହନୁମାନଙ୍କର
ସାହସ ସନ୍ଦେହ ମୋତେ
ନିଜ ରୌଦ୍ର ରୂପ ଦେଖାଇ ସୀତାଙ୍କୁ
ଆଶ୍ଚର୍ଯ୍ୟ ଚକିତ କଲେ
ଅନୁମତି ଦେଲେ ସମଗ୍ର ଲଙ୍କାକୁ
ନେଇଯିବି ବାହୁ ବଳେ
ହନୁମାନଙ୍କର ଶକ୍ତି ସ୍ବଚକ୍ଷୁରେ ଦେଖି
ସୀତା ହୋଇଲେ ପ୍ରସନ୍ନ
ବୁଝାଇ କହିଲେ ଲୁଚି ଚାଲିଗଲେ
ପ୍ରଭୁ ଯଶ ହେବ କ୍ଷୁର୍ଣ୍ଣ
ରାମଙ୍କୁ ଏଠାକୁ ଆସିବାକୁ ହେବ
ରାବଣ ହେଉ ନିଧନ
ନାରୀ ନିର୍ଯାତନା ବିରୁଦ୍ଧରେ ଯୁଦ୍ଧ
ଅବଶ୍ୟ ହେଉ କାରଣ
କଥୋପକଥନ ଶେଷ ହେଲା ପରେ
ସୀତାଙ୍କ ଠାରୁ ଅଭୟ
ଖୁସି ମନେ ହନୁମାନ ଲଙ୍କା ମଧ୍ୟେ
ନିଜକୁ କଲେ ଅଥୟ
ସୀତାଙ୍କର ଠାବ ମୁଦ୍ରିକା ପ୍ରଦାନ
କାର୍ଯ୍ୟ ସାରି ହନୁମାନ
ସେହି ବାର୍ତ୍ତା ଶ୍ରୀରାମଙ୍କ ପାଶେ
ସଂକ୍ଷେପେ କଲେ ପ୍ରଦାନ
ନିଜର ସାମର୍ଥ୍ୟ ଫେରି ପାଇ ନିଜେ
ହୃଦୟରେ ଅନୂତପ୍ତ
ନିଜ ଶକ୍ତି ପାଇଁ ଗର୍ବ କଲେ ହୃଦେ
ପ୍ରମାଦ ହେବ ନିଶ୍ଚିତ
ଶ୍ରୀରାମ ଚରିତ ରହସ୍ୟ ବୃତ୍ତାନ୍ତ
ସହଜ ନୁହେଁ ବର୍ଣ୍ଣନ
ପ୍ରତି ମୁହୂର୍ତ୍ତରେ କଥାରେ କାର୍ଯ୍ୟରେ
ହେଉ ଶ୍ରୀରାମ ଚିନ୍ତା ।।
