ବିଷାକ୍ତ ସହର
ବିଷାକ୍ତ ସହର
ସହରର ଅଧିବାସୀ ଆମେ କରୁ ସହରକୁ ବିଷାକ୍ତ
ଦୟା ମାୟା ମୋହ ତେଜି ସ୍ୱାର୍ଥପର ସାଜି ନିରାସକ୍ତ ।
ସ୍ନେହ ପ୍ରେମ ର ଫଲଗୁ ଥିଲେ ସିନା ନଥାନ୍ତା ରକ୍ତପାତ
ମଣିଷ ର ଜାତି ଗୋତ୍ର ଯଦି ହୁଅନ୍ତା ମାନବିକତା ସର୍ବତ୍ର ।
ଆକୁଳ ଆଖିର ଚାହାଣୀ ବିକଳ ପଶୁର ମାଗୁଣିରେ ନିର୍ଲିପ୍ତ
କେମିତି ଏ ମଣିଷର ହୃଦୟ ଭିତରେ ବହିବ ଗଙ୍ଗାର ସ୍ରୋତ ।
ନହେଲେ ସାହାରଟା ଜଳିଯିବ ନିଆଁ ଧୂଆଁ ନଥାଇ ପର୍ଯ୍ୟାପ୍ତ
ସହରରେ ସବୁ ଅଛି ସମସ୍ତେ ମିଳିମିଶି କଲେ ଆତଯାତ ।
ସହରରେ ବର୍ଷିଯାଆନ୍ତା ଉଲକା ହୋଇ କକ୍ଷ୍ୟଚ୍ୟୁତ
ବାସ୍ତବରେ ସ୍ୱାର୍ଥପରତା କରି ତ୍ୟାଗ ହୋଇ ସ୍ନେହ ରଜ୍ଜୁଆବଦ୍ଧ।
ନିବିଡ଼ତା ବଢ଼ିଯାଆନ୍ତା ପ୍ରତ୍ୟେକ ହେଉଥାନ୍ତେ ଉଲ୍ଲସିତ ଅତ୍ୟନ୍ତ
ସ୍ଵଛ ମନ ସ୍ଵଛ ହୃଦୟ ସ୍ଵଛତାରେ ହସି ସହର ସଦା ଝରିବ ଅମୃତ ।
କୁଟ କପଟ ହୀନମାନ୍ୟତା କରୁଛି ସହରକୁ ଅତ୍ୟନ୍ତ ବିଷାକ୍ତ
ପ୍ରଭୁ ଜଗନ୍ନାଥ ରକ୍ଷାକର ପ୍ରଣମେ ଶତତ ଏ ଆଶ୍ରିତ l