STORYMIRROR

Sunanda Mohanty

Romance Inspirational Thriller

3  

Sunanda Mohanty

Romance Inspirational Thriller

ମୋ ଗାଁ

ମୋ ଗାଁ

1 min
122

ଆଜିବି ଶୁଭୁଛି ହୁଳହୁଳି 

କାର୍ତ୍ତିକରେ ହବିଶିଆଳି 

ଏବେବି ଗାଁ ଠାକୁରାଣୀ 

ମାଗନ୍ତି ମାଜେଣା ମାଗୁଣୀ 

ହରିବୋଲ ଶୁଭେ ସେଠି 

ଭାଗବତ ପଢା ଯୋଉଠି 

ଦୋଳ ହୋଲି ରେ ଯାତରା 

ସାହିରେ ହେଉଛି ଠିଆପାଲା 

ସଂସ୍କୃତି ଅଛି ଥିଲା ଥିବ 

ଯେତେ ମୁଁହ ବୁଲାଇଦେବ 

ଗାଁ ଚାଟଶାଳୀରେ ଶୁଭେ ପଣିକିଆ 

ଗୁଣନ ହରଣ ମାନସାଙ୍କ ବଢିଆ 

ସହର ଚକାଚକ୍ୟ ଦେଖି ଶିଖି 

ଗାଁ ତ ପରିବର୍ତ୍ତିତ ହେବ ହିଁ ହେବ 

ଏଥିରେ ଭାବିବାର କଣ ଅଛି 

ହେଲେ ସେଇ ଭାବ ସଦ୍ଭାବ ସଂସ୍କୃତି 

କେବେ ହୋଇନି କି ହେବନି ଇତି 

ଏ ଘରେ ଡାକିଲେ ସେଘର କରେ ଓ 

ଏଘରେ କୁନ୍ଥେଇଲେ ସେଘରୁ ଶୁଭେ ଓଃ 

କାହାର ଦେହଦୁଃଖ ଅବା ସୁଖେ 

ଗାଁରେ କିଏ ଭାଗି ବା ନହୁଏ 

ସେଇ ଝଙ୍କାଳିଆ ବରଗଛ ଅଛି 

ଭୋର ଭୋର କାଉ କା ବି କରୁଛି 

ପିତେଇନାନୀ ଚାଉଳ ଥୋଇ ପୁଅର 

ଶୁଭ ମନାଶୁଛି, ସାହରୁ ବାରତା ଆସୁଛି 

ଗେଲିବୋଉ ର କୁମ୍ଭପକା ଶାଢ଼ୀ 

କିଏ ନଦେଖିଛି,ଏମିତିକିନେତୀନାନିପିନ୍ଧିଛି 

ପିଠା ପଣା ଭୋଜି ଭାତ ଦିଆ ନିଆ 

ସଂସ୍କୃତି ମୋ ଗାଁରେ ବାସୁଛି ।


Rate this content
Log in

Similar oriya poem from Romance