STORYMIRROR

Sangita Mishra Satapathy

Thriller

3  

Sangita Mishra Satapathy

Thriller

ଶୀତରାତି ଯେବେ ଆସେ

ଶୀତରାତି ଯେବେ ଆସେ

1 min
128


ଶୀତ ସବାରିରେ ଫୁଲ ଚାଙ୍ଗୁଡିରେ

ଶୀତ ଆସେ ଶୀତ ଆସେ

କାକର ମୁକ୍ତାରେ ଶିଶିର ଛିଟାରେ

ଧରା ଫିକ୍ ଫିକ୍ ହସେ

ପନିପରିବା ର ହାଟ ବସିଯାଏ 

ହାଣ୍ଡିଶାଳଟି ହସେ

କାଭାଗ୍ଯେ ଜୁଟେନି ମୁନ୍ଦେ ତୋରାଣି 

ଦୁଃଖିନୀ ମାଆଟି କାନ୍ଦେ 

ଦୋକାନ ବଜାରେ ଶୀତବାସ ବସେ

କା ଭାଗ୍ଯେ ମିଳେନି ଛିଣ୍ଡାକନ୍ଥାଟେ

ଚିରାପଣତ କେ ଦେହ ଢାଙ୍କେ

ରାସ୍ତା କଡ ଅବା ଷ୍ଟେସନରେ 

ବସ୍ ଷ୍ଟାଣ୍ଡ ଅବା ବସ୍ତିରେ

ଶୀତରାତି ଯେବେ ଆସେ

ଅଭାଗା ମଣିଷ କରେ ହାତ ଦେଇ

ନିଆଁ ପୋଇଁବାକୁ ବସେ

ଋତୁଚକ୍ର ସାଥେ ଆସୁଥାଉ ଶୀତ

ହସୁଥାଉ ଏଇ ଧରା

ଶୀତରାତିଟି ଦୂରେଇ ନେଉ 

ଦୁଃଖୀ ଦୁଃଖ ଅପାସୋରା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller