ଚିଡ଼ିଆ ଖାନା
ଚିଡ଼ିଆ ଖାନା
ମୋ ଜୀବନ ଆଜି ଚିଡ଼ିଆ ଖାନା
ନାହିଁ ଅପରାଧ ଆତ୍ମୀୟ ମନା ।
ହୋଇଥିଲି ମୁହିଁ ଜଙ୍ଗଲ ରାଜା
ପିଞ୍ଜରା ଭିତରେ ଖାଉଛି ସଜା ।
ବନ୍ଧୁ ପରିଜନ କାହିଁ ରହିଲେ
ଉପାସ ଭୋକରେ ସେଠି ମରିଲେ ।
ଦି' ଓଳି ଖାଉଛି ଦିଖଣ୍ଡ ହାଡ଼
ହୃଦୟ ବେଦନା ଦେଉଛି ମାଡ଼ ।
ପଶୁପକ୍ଷୀ ସାଥେ ଥିଲା ପୀରତି
ମାନବ ଦେଇଛି ଆଜି ବିରତି ।
ଅଳସୁଆ ହୋଇ ଯାଏ ଜୀବନ
ମାନବ ପାଉଛି ଯେନେ କଷଣ ।
ଗାଁ ଗଣ୍ଡା ଛାଡ଼ି ମାନବ ଗତି
ପିତାମାତା ସଙ୍ଗେ ନାହିଁ ତା ପ୍ରୀତି ।
ରହିଛି ଫ୍ଲାଟେ ସେ କଏଦି ହୋଇ
ସ୍ନେହ ମମତାକୁ ଦୂରେଇ ଦେଇ ।
ଘର ଦ୍ୱାର ମୋର ସଫା କରିଛି
ଛୋଟ ତାର ଘେରେ ଆମେ ରଖିଛି ।
ବାଘ ସଫାରୀ ସେ ଦେଇଛି ନାଆଁ
ହରିଣ ଦେଖୁନୁ ମାରିବେ ଡିଆଁ ।
ତୁଛ ଏ ମାନବ ହିନ ଚକ୍ରାନ୍ତ
ନାଶେ ସନ୍ତୁଳନ ଜୀବ ଜଗତ ।।
