Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Thriller

3  

Prafulla Chandra Mishra

Thriller

ବସନ୍ତ ରାସ (କ)

ବସନ୍ତ ରାସ (କ)

1 min
177



ମଧୁର ବସନ୍ତ କାଳ ପ୍ରବେଶ

କୁଞ୍ଜବନ ଚିତ୍ର ଅପୂର୍ବ ଦୃଶ୍ୟ

ମୃଗାଙ୍କ ରୂପେଲି କର ଭାସ୍କର

ହୀରା,ଲିଳା, ମୋତି ମାଣିକ ଝର

କୁଞ୍ଜେ ରାଈ ବିନୋଦିନୀ

ବେଢି ରହିଛନ୍ତି      ଗୋପ ରମଣୀ ଯେ

ଫୁଲ ମେଳେ ଫୁଲରାଣୀ ।

 

କୁଞ୍ଜବନ ସୋମ୍ୟ କି ମନୋହର

ଉଡଇ ପତାକା ରମ୍ଭା ପତ୍ରର

ଚାରୁ ମୁଚୁକୁନ୍ଦ,କୁନ୍ଦ, ବକୁଳ

ନାଗେଶ୍ଵର,ଚମ୍ପା ଦିଶେ ଡଉଲ

ନନ୍ଦନ ବନ ପ୍ରକାର

ଜଳୁଛି ରତନ       ଦୀପ-ପ୍ରଭା-ଶୋଭା

କୁଞ୍ଜ କୁଟୀର ମଞ୍ଜୁଳ ।

 

ବୃଷଭାନୁ ଜେମା ସତୀ ସୁମତୀ

କନକ-ଚମ୍ପା ତନୁ-କାନ୍ତି-ଦ୍ଵିତି

ଜବା କୁସୁମ ସୁରମ୍ୟ ଅଧର

ଘନକେଶା ନୀଳ ଉଦଧି ଜଳ

ଚପଳ ଏଣୀ ନୟନ

ସରଗ ସୁନ୍ଦରୀ   ମର୍ତ୍ତ୍ୟେ ଅବତରି

ମଣ୍ଡିଛି କି କୁଞ୍ଜବନ ।

 

ଅଦୂରୁ ଶୁଭିଲା ବଂଶୀ ର ସ୍ଵର

ଛନ ଛନ ମନ ଗୋପୀ ସକଳ

ନୀରସ ଜୀବନେ ଆଶା ସଂଚାର

ଶୁଣି ବଂଶୀ ଧ୍ବନି ହୋଇ ଅଧୀର

ପ୍ରେମେ ଆକୁଳିତ ଚିତ୍ତେ

ଚାହିଁ ରହିଥାନ୍ତି    ଆସିବେ ଶ୍ରୀପତି

ବସନ୍ତ ବିଳାସ ଅର୍ଥେ ।

 

ହଟିଆ ନାଗର ରସ ସାଗର

ଉଭା ହେଲେ ଆସି କୁଞ୍ଜ କୁଟୀର

ଆଲଟ ଚାମର ଚନ୍ଦନ ଛେରା

ଚୁନା ଚୁନା ବନଫୁଲ ଗଜରା

ଦେଇ କରିଲେ ବନ୍ଦନା

କୁଞ୍ଜେ ରାଧାକୃଷ୍ଣ  ଯୁଗଳ ମିଳନ

ନିଷ୍କାମ ପ୍ରେମ ଭାବନା ।

 

କୃଷ୍ଣ ନବ ଦୂର୍ବାଦଳ ଶ୍ୟାମଳ

ଘନେ ଚପଳା ଯେମନ୍ତେ ମଞ୍ଜୁଳ

ରାଧା, କୃଷ୍ଣ କୁଞ୍ଜେ ତେମନ୍ତେ ଦିଶନ୍ତି

ସରଗୁ ଦେବତା ପୁଷ୍ପ ବରଷନ୍ତି

ଅମୀୟ ବସନ୍ତ ରାସ

କରି ହୃଷିକେଶ    ଲୀଳା କରୁଛନ୍ତି

ପ୍ରଫୁଲ୍ଲ ମାନସ ହଂସ ।

 


Rate this content
Log in

Similar oriya poem from Thriller