STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଦୋ ଛକି

ଦୋ ଛକି

1 min
187

ମନ ଓ ବିବେକ ଦୋ ଛକି 

କିଏ କେବେ ଜିଣେ ଭାବିଲେ 

ମନୁଆଁ ଅବା ଵିଵେକୀ 

ସବୁବେଳେ ଶୁଣି ବିବେକ ର କଥା 

ହୋଇପାର ତୁମେ ଭଲ 

ବେଳେ ବେଳେ କିନ୍ତୁ ମନର ଡାକରା ଭଲ 

ବେଳେ ବେଳେ ଦୋ ଛକି ରେ ରହି 

ଆଗକୁ ଯିବିନା ପଛକୁ ଯିବି 

ଭାବୁଥାଏ କେହି କେହି 

ଆଶା ଅଶୁମାରି ସ୍ବପ୍ନ ଅୟୁତ 

ଆଗକୁ ଗଲେ ଚାରିହାତ ପଛକୁ ଫେର ଦଶହାତ 

କେଉଁ କାମ ଆଗ କେଉଁ କାମ ପଛ 

କିଏ ପୁଣି ସତ କିଏ ପୁଣି ତୁଚ୍ଛା ମିଛ 

ପରଖି ପରଖି ଦେଖି ନିରେଖି 

ଚାଲୁଥିଲେ ଶିଖି ଶିଖି 

ବର୍ତ୍ତମାନ ହିଁ ଉତ୍କୃଷ୍ଠ 

ଜୀବନ ପରିପୃଷ୍ଠ 

ଦୋଛକି ଆସିବ କଥା ରେ କାମରେ ସତ 

ମନ ଓ ବିବେକ କରି ଦେଇ ଆନ୍ଦୋଳିତ 

ଧର୍ଯ୍ୟ ସାହସ ସଂଯମ ଆପଣେଇ 

ହୃଦୟ ର ଡାକ ଯିଏ ଶୁଣିଥାଇ 

କେବେ ଝୁଣ୍ଟି ପଡି ଆହତ ହୁଏ ନାହିଁ 

ଏକଥା ପରଖି କହିବକି ଭଉଣୀ ଭାଇ 

ସତ କହୁଛିନା ସମ୍ପୂର୍ଣ୍ଣ ମିଛେଇ ମୁହିଁ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract