Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Romance Classics

4.7  

Gobinda Chandra Sethi

Abstract Romance Classics

ଲୁଚାଇ ପାରେନି ତୁମକୁ କିଛି

ଲୁଚାଇ ପାରେନି ତୁମକୁ କିଛି

1 min
20


କହିଥାଏ ତୁମ ପାଖରେ ହସି

କଥା ରଖେ ନାହିଁ କିଛି ମୁଁ ବାସି

କ୍ଷୀର ଓ ନୀରର ସମ୍ପର୍କ ଅଛି 

ଲୁଚାଇ ପାରେନି ତୁମକୁ କିଛି (୧)


ଜଳର ବିହୁନେ ଯେସନ ମୀନ

ତୁମ ବିନା ହୀନ ମୋର ଜୀବନ 

ପ୍ରେମ ଓ ମଧୁର ସମ୍ପର୍କ ଅଛି 

ଲୁଚାଇ ପାରେନି ତୁମକୁ କିଛି (୨)


ପାସେ ଯେବେ ତୁମ ଅନ୍ୟକୁ ଦେଖେ

ତୁମକୁ ନଜରେ ମୁହିଁ ପରଖେ 

ପ୍ରେମରେ ଯନ୍ତ୍ରଣା ବେଶୀ ଦେଇଛି 

ଲୁଚାଇ ପାରେନି ତୁମକୁ କିଛି ( ୩)


ହୃଦର ବେଦାନା ଯେବେ ଦେଖିଛ 

ଆଖିରୁ ଲୋତକ ସେବେ ପୋଚିଛ 

ଟମ୍ ଜେରି ପରି ପଛେ ଲାଗିଛି 

ଲୁଚାଇ ପାରେନି ତୁମକୁ କିଛି (୪)


ରାଗିଥାଅ ଯେବେ ଘଡି କି ଘଡି

ଜବାବ ଦେଇଛି ଉପରେ ଚଢ଼ି 

ଆନନ୍ଦ ସେଥିରେ କିଛି ପାଇଛି

ଲୁଚାଇ ପାରେନି ତୁମକୁ କିଛି (୫)


ପ୍ରେମର ଅତୀତ କିଛି କାହାଣୀ 

ସବୁ ମୋର ତୁମେ ଅଛ ଯେ ଜାଣି 

ପାପ ପୂଣ୍ୟ ମୋର ସବୁ କହିଛି

ଲୁଚାଇ ପାରେନି ତୁମକୁ କିଛି (୬)


ତୁମରି ହସରେ ଆଜି ହସୁଛି 

ଆମ ପ୍ରେମ ଆଜି ସବୁଜ ଅଛି 

ଯୁଝିକି ଆଜି ମୁଁ ପ୍ରେମ ଜିତିଛି

ଲୁଚାଇ ପାରେନି ତୁମକୁ କିଛି ।। (୭)


Rate this content
Log in

Similar oriya poem from Abstract