ଶୀତରାତି
ଶୀତରାତି
ଶୀତରାତି କେବେ ଆଣେ ଭୀତି କେବେ ସ୍ପୁର୍ତ୍ତି
କେବେ କେବେ ହାଡ଼ ଭଙ୍ଗା ଜାଡ କେବେ ଭରିଦିଏ ତାତି ।
କେବେ ଗାଏ କିଏ ଗୀତି କେବେ ମନେ ଆଣି ଦିଏ ସ୍ମୃତି
ଶୀତ ସଙ୍ଗେ କିଏ ମିତ ବସିଥାଏ କିଏ କାକୁତି ମିନତି କରଇ ନିତି ।
ଶୀତ ଭରିଦିଏ ଭିତରେ ବାହାରେ ପ୍ରିତୀ ପୁଣି ଆଣୁଥାଏ ମୈତ୍ରୀ
କିଏ ଭାବୁଥାଏ ତୁଳିତଳ୍ପ ଶଯ୍ୟାରେ କାହିଁକି ପାହୁନି ରାତି ।
ପ୍ଲାଟଫର୍ମ ରେ ରାଜରାସ୍ତାରେ ଭଵେ ଶୀତ ଭାରି ଅସରନ୍ତି
କବି ଲେଖକ ଗାଳ୍ପିକ ମନରେ ଶବ୍ଦ ବିନ୍ୟାସର ପ୍ରତିଶ୍ରୁତି ।
ଭାବରୁ କିଛି ସଜାଡି ଲେଖନୀକୁ କରାଏ ଚଞ୍ଚଳ ମତି
କିଏ କହେ ପୁଣି ଶୀତ ଆଣୁଥାଏ ଭରା ଭରା ଫୁଲ ଆଉ ପ୍ରଜାପତି ।
କିଏ ପୁଣି ଖାଇ ଧୋକା ଦୁନିଆଁରେ ଶୀତ କୁ କରଇ ସାଥି
ଶୀତର କୁହୁଡି କାକର ବେଳାରେ କାହାର ବଢଇ ତୃପ୍ତି ।
ଆକାଶ ଆଖିରୁ ଟୋପା ଟୋପା ଲୁହ କାକରରେ ହୁଏ ସମାପ୍ତି
ମୋ ଆଖିକୁ ଜମା ନିଦ ଆସେ ନାହିଁ ଭାବେ ଶୀତର ନହେଉ ଇତି l