ଭାରତମାତାର ସୁଯୋଗ୍ୟ ସନ୍ତାନ
ଭାରତମାତାର ସୁଯୋଗ୍ୟ ସନ୍ତାନ
ଆମେ ଭାରତ ମାତାର ସୁଯୋଗ୍ୟ ସନ୍ତାନ,
ବିଶ୍ବ ବିଜୟୀ ଆମେ ଦେଶେ ବିନ୍ଦୁ ଚନ୍ଦନ ।
ସାରା ଦୁନିଆଁ କୁ ଦେଇ ନୂଆ ଜ୍ଞାନ ସନ୍ଧାନ,
ବିଶ୍ୱମାନବେ କରିଅଛୁ ଅଭିନନ୍ଦନ ।
ଗଙ୍ଗା ଓ ଗୋଦାବରୀ ଠାରୁ କନ୍ୟାକୁମାରୀ,
ତ୍ରିରଙ୍ଗାରେ ଜୟ ଗାନ ହୁଅଇ ଆମରି ।
ଏ ସାରା ବସୁଧା ଗୋଟେ କୁଟୁମ୍ବ ଆମର,
ଲଲାଟ ସେନେହେ ବିଶ୍ୱ ବନ୍ଧୁତ୍ୱ ର ଡୋର ।
ଦେଶ ସେବା ପାଇଁ ଆମେ ନେବା ହିଁ ଶପଥ,
କାମ କରି ରଖିଯିବା ତାହାରି ମହତ ।
ନବୀନଯୁଗେ ନବପ୍ରଭାତର ନାୟକ,
ଆମେରେ ଦ୍ରଷ୍ଟା ପ୍ରଗତିର ପରିଚାୟକ ।
ଗୌରବମୟ ଦେଶ ଆମ ଭାରତ ବର୍ଷ,
ଆମେ ତା' ସନ୍ତାନ ମୁହେଁ ଫୁଟାଇ ହସ ।
