STORYMIRROR

Debabrata Mishra

Abstract Thriller Others

3  

Debabrata Mishra

Abstract Thriller Others

ମତ

ମତ

1 min
181


ପ୍ରକୃତରେ ଅସାଧ୍ଯ ଏହା ବୁଝିବା

ଦାରୁଣ ଏ ଦାନର ଋଣକୁ ଶୁଝିବା

କଷ୍ଟକର ଏହି ସମସ୍ଯାର ସରଳ ସମାଧାନ

ଅସାମଞ୍ଜସ୍ୟର ସମୟ ଇଏ ସବୁ ଅବୁଝା

ଶିକ୍ଷିତର ମୂଲ୍ଯ ନଥାଏ ମୁର୍ଖ ପାଏ ଟୋପି

ମହାଜ୍ଞାନୀ ଯାଏ ହାରି ବୋତଲ ହୁଏ ଭାରି

ସାହସୀମାନେ ପିଅନ୍ତି ଭୀରୁମାନେ ଟିଭି ଦେଖନ୍ତି

ଆଲୋଚନାରେ ବିଷୟ ନଥାଏ ଥାଏ ବିଷ 

ଆକାଶ ବି ହସୁଥାଏ ଦେଖି ପାତାଳର ବିକାଶ

ଏଠି ସଙ୍ଗୀନ ମନର ଅବୟବ ଓ ରଙ୍ଗୀନ ପରିଧାନ

କେତେ ମିଛ କେତେ ସତ କେତେ ନିଶାସକ୍ତ ମତ

ଆଉ କିଛି ମତ ଭିନ୍ନ ହୁଏ କିନ୍ତୁ ହୀନିମାନ ସତେ ଖାଏ ଲାତ, 


ଯୋଗ୍ୟ ଅଯୋଗ୍ୟର ଲଢେଇ ତ ନିୟମ କେବଳ

ଖରାଛାଇ ପରି ଆସନ୍ତି ଖେଳନ୍ତି ଲୁଚକାଳି ଖେଳ

ମତଦାତା ସବୁଜାଣେ ସବୁଶୁଣେ ତଥାପି 

ସେ ପାଲଟିଯାଏ ସ୍ଥାନ କାଳ ପାତ୍ର ଦେଖି 

କେବେ ଆଘାତ କେବେ ପ୍ରତିଘାତ 

ପୁଣି କେବେ ସଙ୍ଗାତର ଶତ୍ରୁ ତ ଶତ୍ରୁର ମିତ୍ର

ପାଣିର ବର୍ଷା ହୁଏ ଦେଖେନି ସେ ଶ୍ରାବଣ କି ଫଗୁଣ

ଏଠି ରଙ୍ଗ ନିଜେ ରଙ୍ଗହୀନ ହୁଏ 

ରୌଦ୍ରତାପରେ ବି ବଣ୍ଟାହୁଏ କମ୍ବଳ 

ଗ୍ରୀଷ୍ମକାଳରେ ବି ଗାନ୍ଧିମୁଣ୍ଡରେ ଆସେ ଶୀତ

ଅଙ୍କକଷା ଚାଲେ ଛକ ଛକ ଦେଖି

ମତଦାତା ଜାଣିପାରି ଅଜଣା ନିଜର ସଂଘାତ

ଏଠି ଜିତେନାହିଁ ମତଦାତା ଜିତେନାହିଁ ମତ

ଯାହା ଜିତେ ତାହା ପରିଷ୍କାର ମିଛ ଓ ଅପରିଷ୍କାର ସତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract