Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Malik

Classics Fantasy Thriller

3  

Subrat Malik

Classics Fantasy Thriller

ଅଦୃଶ୍ୟ ନାଗଫାଶ

ଅଦୃଶ୍ୟ ନାଗଫାଶ

1 min
135


ସବୁଆଡେ ଆଜି ଶୁଭେ ହାହାକାର ଭୟାତୁଳ ପରିବେଶ ଯୁଆଡେ ନଜର ବୁଲାଇ ଆଣିବ ମରଣର ସମାବେଶ ।


ହୃଦୟ ନଦୀରେ ସୃଷ୍ଟି ହୋଇଅଛି ଅଦେଖା କୋହର ବନ୍ୟା ମଣିଷ ମଣିଷ ରହୁଛି ଦୂରେଇ ସତେ କି ଶାପିତ କନ୍ୟା ।


ଛୁଆଁ ଅଛୁଆଁର ଭେଦ ଭାବ ଖେଳ ଆରମ୍ଭ ହୋଇଛି ପୁଣି

ଅଛୁଆଁ ମାନବ ରୁହେ ସୁରକ୍ଷିତ ଛୁଆଁର ପଡ଼େ ଭାଳେଣି ।


ଗରିବ ମରୁଛି ଧନୀ ବି ମରୁଛି ଅନ୍ତର କେବଳ ଦିନ

ଅମ୍ଳଜାନ ବିନା ଯାଉଛି ଜୀବନ ଯେହ୍ନେ ଜଳଚର ମୀନ ।


ବିଜ୍ଞାନ ବଳରେ ବଳିୟାନ ହୋଇ ପ୍ରକୃତିକୁ କରି ନାଶ

ସମାଜ ବେକରେ ଝୁଲାଇ ଦେଇଛି ଦୃଶ୍ୟହୀନ ନାଗଫାଶ ।


ସୃଷ୍ଟିର ସନ୍ଧାନ କରୁ କରୁ ତା'ର ଭବିଷ୍ୟତ ସନ୍ଦିହାନ

ପ୍ରତି ମୁହୂର୍ତ୍ତରେ ଯୁଝୁଛି ଆଜି ସେ ବଦଳିଛି ଆଚରଣ ।


ଆସ୍ତିକ ନାସ୍ତିକ କଣ୍ଠେ ବିରାଜିତ ପ୍ରଭୁ ତୁମେ ରକ୍ଷା କରମାରିଲେ ମାରିବ ତାରିଲେ ତାରିବ ଆମେ ବି ତୁମ ସୃଷ୍ଟିର ।


Rate this content
Log in

Similar oriya poem from Classics