STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
170

ନାହିଁ ହିଁ ସଙ୍କେତ ନାହିଁ ବର୍ଷା ଦୃଶ୍ୟ

  ସୂର୍ଯ୍ୟର ହିଁ ତେଜ ଅତି 

ସୂର୍ଯ୍ୟର କିରଣେ ପ୍ରକାଶିତ ଧରା

  ଦିଶୁଛି ସୁନ୍ଦର ଅତି।


ବିଭୂର ଭିଆଣ ଅଦୃଶ୍ୟରେ ଥାଏ

 ଜାଣି ନପାରନ୍ତି କେହୁ 

ଆଦିନିଆ ବର୍ଷା ତାଣ୍ଡବ କରିଲା

 ଜାଣି ନ ପରିଲେ କେହୁ।


ପ୍ରାକୃତିକ ମାୟା ପ୍ରଭୁଙ୍କର ସୃଷ୍ଟି

 କିପରି ବୁଝିବ ନର 

ଏ ଭବ ସଂସାର ଭିଆଣ ଯାହାର

 ଡୋର ବି ତାଙ୍କ ହସ୍ତର।


ଯାହା ବି ହେଉଛି ଯାହା ବି ହୋଇବ

 ତାହାର କାରଣ ସେହୁ 

ଜାଣି ନପାରିଲେ ସମୟର ଚକ୍ର

 ଆସିଲା ବର୍ଷାଟି ଏହୁ।


ଅଦିନିଆ ବର୍ଷା କେଉଁଠୁ ଆସିଲା

 ବିଜୁଳି ଓ ଘଡଘଡି 

ଜନଶୂନ୍ୟ ହେଲା ଘରରେ ପଶିଲେ

 କରିଦେଲା ଗଡ଼ବଡି।


ଝଡ଼ ଓ ତୁଫାନ ପରି ଦୃଶ୍ୟ ତାର

 ଭୟଭୀତ କଲା ଜନେ 

କୁଆପଥରରେ ଭରିଗଲା ଭୂମି

 ତୁଷାରପାତ ହିଁ ଦିନେ।


ଆଚମ୍ବିତ କଲା ପ୍ରାକୃତିକ ମାୟା

 ରକ୍ଷା ନିରାକାର କର 

ଅଦିନିଆ  ବର୍ଷା ଭୟଭୀତ କରେ

 ଶୀଘ୍ର ନାଥ ଦୂର କର।


ପ୍ରଳୟର ପରି ଅଦିନିଆ ବର୍ଷା

 କରୁଛି ଚିନ୍ତିତ ମନେ 

ଘଡଘଡି ସଙ୍ଗେ ମୂଷଳ ଧାରରେ

 ବର୍ଷା ପଡେ ଘନଘନେ।


ତେଜ ତ ତାହାର ସମୁଦ୍ର ଲହରୀ

 କଷ୍ଟ ଦେଉ ଅଛି ଅତି 

ବ୍ରହ୍ମ ଅସ୍ତ୍ର ପରି ଗର୍ଜନ ତାହାର

 ଦେଉଛି ମନରେ ଭୀତି।


ଫସଲ ଭିଜିଲା ହେଲା ଜଳପୂର୍ଣ୍ଣ

 ବୁଦ୍ଧି ଦିଶୁ ନାହିଁ କିଛି 

ଅଦିନିଆ ବର୍ଷା ଦୂର କର ନାଥ

 ଭକ୍ତ ପାଇଁ କର କିଛି।


ବୃଦ୍ଧ କମ୍ପୁ ଛନ୍ତି ରାବନ୍ତି ବାଳକେ

 ତାଙ୍କ କଷ୍ଟ ଥରେ ଦେଖ 

କଷ୍ଟ ଦେଉଛି କ୍ଷତି କରୁ ଅଛି

 ସନ୍ତାନଙ୍କୁ ଥରେ ଦେଖ।


ଜଗତର ନାଥ ପ୍ରଭୁ ଜଗନ୍ନାଥ

 କୃପାସିନ୍ଧୁ ପ୍ରଭୁ ତୁହି 

କୃପା କର ନାଥ ଜୀବଙ୍କ କଲ୍ୟାଣେ

 ଦୂର କର ପ୍ରଭୁ ତୁହି।


ଅଦିନିଆ ବର୍ଷା କ୍ଷତି କରେ ଅତି

 କବଳରୁ ରକ୍ଷା କର 

ସବୁ ତ ତୋହରି ସୃଷ୍ଟି ଜଗନ୍ନାଥ

 ଅଭୟ ପୁତ୍ରଙ୍କୁ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy