Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Tragedy

4  

Aishwarya Mishra

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
251


ବର୍ଷା !

କ'ଣ ସତରେ ତୁମେ ଆସିଛ !

ନା ଆକାଶର ସବୁ

ମୃତ ଅଭିପ୍ସାମାନ ପୁଞ୍ଜିଭୂତ ହୋଇ

ଝରିଯାଉଛି ଲୁହ ଭାବରେ !


ଆକାଶର ଛାତି ଭିତରେ

ଲୁଚି ରହିଥିବା ତମାମ୍ ଯନ୍ତ୍ରଣା ସବୁ

ଘନୀଭୂତ ହେବା ପରେ

କେବଳ ନିଜ ସ୍ଥାନ ପରିବର୍ତ୍ତନ ପାଇଁ 

ଦେଇ ନାହାଁନ୍ତି ତ ତୁମକୁ ନିମନ୍ତ୍ରଣ !


କୁହ ବର୍ଷା !

ଏ ଅବେଳାରେ ତୁମ 

ଆଗମନର କାରଣ କ'ଣ !

ଶରତର ନିର୍ମଳ ଆକାଶରେ

କାହିଁକି ବା ଆଜି 

ମେଘର କଳଙ୍କିତ ସ୍ଵାକ୍ଷର !!


ଥରେ ନଈ ପଠାରେ ବୁଲି ଦେଖ ତ 

ତୁମ ଆସିବାର ଖବର ପାଇ ,

ମଉଳିଯାଇଛି 

କାଶତଣ୍ଡୀର ଶୁଭ୍ର ହାସ୍ୟ ସମ୍ଭାର ,


ଏତେ କଷ୍ଟ ପରେ ତ 

ଭୁଲିବାକୁ ବସିଥିଲେ ସବୁ

ଶ୍ରାବଣର କୋପ,

ତୁମେ ପୁଣି ଆସିଲନି ଯେ , 

କ୍ଷତ ସବୁକୁ ପୁଣି ଥରେ 

ପୁନର୍ଜୀବିତ କରିଦେଲ !


ପୁଣି ଉଜାଣି ବହିଲା 

ଲୁହର ନଦୀ ,

ଏବେ ଏବେ ତ ଛାଡ଼ିଥିଲା ବନ୍ୟା 

କ୍ଷୟକ୍ଷତିର ଆକଳନ ମଧ୍ୟ

ସରିନି ଠିକ୍ ରୂପେ ,


ସେଥିରେ ବୋଝ ଉପରେ 

ନଳିତା ବିଡ଼ା ସାଜି

କ'ଣ ବା ହୋଇପାରେ ,

ତୁମ ପୁନଃଆଗମନର

ଆନ୍ତରିକ ମନସ୍କାମନା !!!


Rate this content
Log in