ଅଡୁଆ ପ୍ରଶ୍ନ
ଅଡୁଆ ପ୍ରଶ୍ନ
ଲାଗେ ଅଠାକାଠି ବୁଢୀଆଣି ଜାଲ
ଅଡୁଆ ତଡୁଆ ପ୍ରଶ୍ନ
ଚକ୍ରବାତ ପରି ଘୁରୁଥାଏ ମଥା
ହଜିଯାଏ ବୁଦ୍ଧିଜ୍ଞାନ ।
କାଟଇ ଚକ୍କର ଝୀନ ମନ କୀଟ
ହେଉଥାଏ ଛଟପଟ
ଭିଡି ଆକର୍ଷଇ ଅଡୁଆ ପ୍ରଶନ
ଶୋଷେ କୃଷ୍ଣଗର୍ତ୍ତ ରକ୍ତ ।
ଅଳୀକ ପାର୍ଥିବ ସୁଖର ସ୍ବପନେ
ମଣିଷ ବଦ୍ଧ ପାଗଳ
ଭୁଲି ମାନବତା ଆଦର୍ଶ ସଂସ୍କାର
ଅର୍ଥ କରିଚାଲେ ଠୁଳ ।
କୁହୁଳେ ଜୀବନେ ଅସତ୍ଯ ଅନ୍ଯାୟ
ଲାଞ୍ଚ ମିଛ ବ୍ଯଭୀଚାର
ଜଳେ ଅଶାନ୍ତିରେ ନିଜେ ଦୁରାଚାରୀ
କ୍ଷତି କରେ ଜଗତର ।
ବିକଶୁ ସୁମନ ପ୍ରଫୁଲ୍ଲ କମଳ
ପ୍ରଶିକ୍ଷା ବୌଦ୍ଧିକ ଜ୍ଞାନ
ପ୍ରକାଶୁ ଜୀବନେ ସୂତ୍ର ସମାଧାନ
ପ୍ରଶମୁ ପ୍ରଶ୍ନ ଦଂଶନ ।
