STORYMIRROR

B Shankar Mishra. Zitunana

Comedy

3  

B Shankar Mishra. Zitunana

Comedy

ଅଡୁଆ ପ୍ରେମ

ଅଡୁଆ ପ୍ରେମ

1 min
153

ତୁ ଯେ ..

ବାଇକ ପଛେ ବସି ତେରେଛେଇ ମୋତେ ଚାହୁଁ 

ସତେ.. ଭିତରଟାକୁ ମୋ ପୁରା ଛେତେରେଇ ଦଉ ।୧।


ତୁ ଯେ..

ହେଆର୍ ଷ୍ଟାଇଲକୁ ତୋ ମ୍ୟାଚିଙ୍ଗ୍ କରି ସେ ଲିପିଷ୍ଟିକି ବୋଳିଥାଉ 

ସତେ.. ଗଳିକନ୍ଦି ଯେଉଁ ରାସ୍ତାରେ ଗଲେ ତୁ ନିଆଁଟା ଜଳେଇ ଦେଉ ।୨।


ତୁ ଯେ..

ତୋ ସେ କାନିଟାକୁ ଛାଡି ବଜାରରେ ଫାଳେ ଦେଖେଇକି ଘୁରୁଥାଉ 

ସତେ.. ମହୁମାଛିତକ ଜଗି ରହିଥାନ୍ତି ମିଳିଥାଏ ସେଠୁ ମହୁ ।୩।


ତୁ ଯେ..

ଏମିତି ବିଞ୍ଚୁ ଲୋ ବଜାରରେ ତୋର ବିହନ 

ସତେ.. ଫଳ ଫଳିଯାଇ ଦେଖାଯାଏ ପରିବର୍ତ୍ତନ ।୪।


ତୁ ଯେ..

ଦୋକାନରେ ଯେଉଁ ଛଟକି ଢଙ୍ଗ ତୋ ଝାଡୁ 

ସତେ.. ଅଣ୍ଡିରା ଯେତେଙ୍କୁ ଗ୍ରାହକ ସଜେଇ ଭିଡୁ ।୫।


ତୁ ଯେ..

ବଜାରରେ ଥିଲେ ବଜାରକୁ ଦେଉ ଫାଇଦା ସାଙ୍ଗକୁ ଚାହିଦା 

ସତେ.. ଅଟା ବଦଳରେ ଘରେ ପଶିଯାଏ ମଇଦା ।୬।


ତୁ ଯେ..

ରଙ୍ଗୀନ ଦୁନିଆର ସଙ୍ଗୀନ ସୌଖୀନ ପ୍ରାଣୀ 

ସତେ.. ବିନା ପନିକିରେ ସଭିଙ୍କୁ ପାରୁ ତୁ ହାଣି ।୭।


ତୁ ଯେ..

ମୋବାଇଲେ ତୋର ଷ୍ଟାଟସ ଦେଉଲୋ କେତେ ରଙ୍ଗେ ହୋଇ ସଜେଇ 

ସତେ.. କମେଣ୍ଟକୁ ତୋର ଖାତିରି କୋଉ ଯେ ପୋଷିଛୁ ଧରମଭାଇ ।୮।


ତୁ ଯେ..

ନିଇତି ଏତେଲୋ ଚହଟ ହେଉ ଯେ ତୋ ଘରବର କିଏ ବୁଝୁଚି 

ସତେ.. ବାଧିଯାଏ ଶୁଣି କହିଲେ କେହିଲୋ ମାଲଟା ବଢିଆ ହେଇଚି ।୯।


ତୁ ଯେ..

ସଂସ୍କାର ସଂସ୍କୃତି ଅପମାନ ଦେଉ ଭୁଲିଯାଇ ସବୁ ଶିକ୍ଷାକୁ 

ସତେ.. ମନ୍ଦିରରେ ବିଲୋ ଧ୍ୟାନ ରହେନାହିଁ ପୂଜକ ଭୁଲଇ ପୂଜାକୁ ।୧୦।   



Rate this content
Log in

Similar oriya poem from Comedy