ମର୍ଡନ ବୋହୁ
ମର୍ଡନ ବୋହୁ
ଆଜିକାଲି ବୋହୁ ଏମିତି ହେଲଣି
ଶୁଣିବ କହୁଛି ଭାଇ
ଶାଶୁ, ଶଶୁର କହାକୁ ନ ମାନନ୍ତି
ବୁଲୁଥାନ୍ତି ସାହି ସହି ॥
ଆଠଟା ବେଳକୁ ସେଜକୁ ଛାଡନ୍ତି
ଲୋଡା ତାଙ୍କ ଚାକରାଣୀ
ବେଡ ଟି ତାଙ୍କୁ ନଦେଇ ପାରିଲେ
କଥାରେ ଦିଅନ୍ତି ହାଣୀ ॥
ବୋହୁ ଘରେ ବସି ଟିଭି ଦେଖୁଥାଏ
ଶାଶୁ କରୁଥାଏ ରୋଷେଇ
ଖାଇବା ଟିକିଏ ଖାରାପ ହୋଇଲେ
ଶାଶୁ କାନ୍ଦୁଥାଏ ସକେଇ ॥
ବୋହୁ ନିତି ଯାଏ ପାର୍କ ସିନେମା
ହାତରେ କୁକୁର ଧରି
ଶାଶୁ ଶଶୁର ଘରେ ପଡିଛନ୍ତି
ଭାଗ୍ୟକୁ ଆଦର କରି ॥
ହାଇହିଲି ସାଙ୍ଗେ ମିନି ସ୍କଟ ପିନ୍ଧି
ବୋହୁ ମାରୁଥାଏ ହେଣ୍ଟି
ଦେଢଶୁର , ସ୍ୱାମି କିଛି ନ ମାନନ୍ତି
କ୍ଲବରେ ତାହାର ଖଟି ॥
ଓଷା ପରବ ତ ସାତ ସପ୍ନ ହେଲା
କିଛିତ ନ ଜାଣେ ବୋହୁ
ଶାଶୁ କହିବାରୁ ବିଦେଶି ଶବଦ
ମାରୁଅଛି ଧାଉଁ ଧାଉଁ ॥
