Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Comedy

4.5  

Santosh Kumar Nayak

Comedy

ଟୁରୁ ଲଭ୍

ଟୁରୁ ଲଭ୍

1 min
224



ଆର ସାହି ଝିଅ ଷୋଡ଼ଶୀ ସୁନ୍ଦରୀ

ଦେଉନାହିଁ ଫୋନ ନମ୍ୱର,

କେମିତି ବୁଝିବ ଗୋବରାର ମନ

ପାଉନି ପ୍ରେମିକା ଖବର ;

ଟୁରୁ ଲଭ୍ ବୋଧେ କରୁଛି!

ଚିଠି ଖଣ୍ଡେ ଆଜି ଲେଖିବ ବୋଲି ସେ

କାଗଜ କଲମ ଧରିଛି ।


ଗୋବରା ଶୁଣିଛି କାଳି ଠାରୁ ବୋଧେ

ରକତ ପ୍ରଭାବ ଅଧିକ,

ହାତ କାଟି ଚିଠି ଲେଖିଲେ କୁଆଡେ

ସୁନ୍ଦରୀ ହୋଇବେ ଭାବୁକ;

କିଏ ସେ ଦେହକୁ କାଟିବ?

ଘାଆକୁ କୁଣ୍ଡେଇ ଲେଖିଦେଲେ ପଦେ

ନିହାତି ସୁନ୍ଦରୀ ପଟିବ ।


ଦେହ ସାରା ଖୋଜି ପିଚା ପାଖେ ଏକ

ପୁରୁଣା ଘାଆକୁ ପାଇଲା,

କୁଣ୍ଡାଇ ଯେତିକି ରକତ ମିଳିଲା

ଗୋଟିଏ ଅକ୍ଷର ନୋହିଲା ;

ସଙ୍କଟେ ପଡ଼ିଲା ଗୋବରା,

କେମିତି ଲେଖିବ ରକତର ଚିଠି

ଭାବିଲା ବସି ସେ ବିଚରା ।


ଭାବୁ ଭାବୁ ଗୋଟେ ବୁଦ୍ଧି ଜୁଟିଗଲା

ଔଷଧ ଶିଶିଟେ ଧରିଲା,

ପାଞ୍ଚ ଟଙ୍କା ଦେଇ ଚିକେନ୍ ଦୋକାନୁ

ଶିଶିରେ ରକତ ଭରିଲା;

ଫେରିଲା ଆନନ୍ଦେ ଘରକୁ,

ଚିକେନ୍‌ ରକତେ ଅତି ସରଗରେ

ଲେଖିଦେଲା ମନ ଭାବକୁ ।


ଚିଠି ପଢି ତେଣେ ଲବଙ୍ଗଲତାର

ମନରେ ପେରେମ ଜାଗିଲା,

ଗୋବରା ବାବୁର ଟୁରୁ ଲଭ୍ ଦେଖି

ରାତାରାତି ଘରୁ ଭାଗିଲା ;

ହୁଳହୁଳି ଶଙ୍ଖ ବଜାଅ,

ଟୁରୁ ଲଭର ଜୟଗାନ କରି

ସମାଜକୁ ଟିକେ ଜଗାଅ ।



Rate this content
Log in