STORYMIRROR

KRUTIBAS NAYAK

Comedy Inspirational

4  

KRUTIBAS NAYAK

Comedy Inspirational

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ କବିତା-83: ଓଲଟା ରୀତି

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ କବିତା-83: ଓଲଟା ରୀତି

1 min
170

କେବେ ଯଦି କାହାପାଇଁ ଦେଉଥିବା ସମୟ,

କହିବେ ତା' ପାଶେ କିଛି କାମନାହିଁ ନିଶ୍ଚୟ |


ଦୟା-ଦାନକଲେ ପୁଣି କହିବେ ଓ଼ଲଟା,

କିଛି ସ୍ୱାର୍ଥରେ ନହେଲେ ପାଗଳ ଏ' ଲୋକଟା |


ପଶୁ-ପକ୍ଷୀ-ବୃକ୍ଷ ପ୍ରତି ପ୍ରେମ ଯଦି ଦେଖାନ୍ତି,

ଦେଖେଇ ହେଉଛି ବୋଲି କିଛି ଲୋକ କହନ୍ତି |


ନିଷ୍ଠାରେ କରିଲେ କର୍ମ କିଛିଲୋକ ହସିବେ,

ନିଲଠା ଲୋକଟା ବୋଲି କେହି କେହି କହିବେ |


ମିତଵ୍ୟୟୀ ହେଲେ ନିଶ୍ଚେ କହିବେ କୃପଣ,

ବୋକା ଭାବିବେ କାଟିଲେ ସରଳ ଜୀବନ |


ନିଃସ୍ୱାର୍ଥ ସେବାରେ ଥିଲେ କରିବେ ସନ୍ଦେହ,

ଦେଶପ୍ରେମ ଦେଖାଇଲେ ହୋଇବେ ବିସ୍ମୟ |


ନିଶା ବ୍ୟବହାର ଯଦି ନ କରୁଛି କିଏ,

ଆଶ୍ଚର୍ଯ୍ୟ ହୋଇ ଚାହିଁବେ ପିଉଛନ୍ତି ଯିଏ |


ଲାଞ୍ଚ ଦେବାପାଇଁ ଯଦି କରିଦେବେ ମନା,

ଚୋପା ଛଡ଼େଇବେ ବାବୁ କାଢି ତାଙ୍କ ଛେନା |


ନିୟମକୁ ମାନି ଯଦି ଚଳୁଥିବ ଭାଇ,

ସକଳ ଦୁଃଖ ଯାତନା ଥୁଆ ତୁମପାଇଁ |


ସତ୍ୟ-ଧର୍ମ-ନ୍ୟାୟ ସିନା ସ୍ଵର୍ଗୀୟ ଭାବନା,

ସବୁ ଜାଣି ବୁଝି ପୁଣି ହେଉଛୁ ଅଜଣା |



Rate this content
Log in

Similar oriya poem from Comedy