କବିତା ଆଳାପ-06 : ନାରୀ :
କବିତା ଆଳାପ-06 : ନାରୀ :
ଆମଦେଶ ନାରୀ ପୂଜା ରୀତି-ନୀତି ବ୍ରତକୁ ଜାଣନ୍ତି ବେଶି,
ନାରୀ ସୁରକ୍ଷାରେ କି ନିୟମ ଅଛି ପଚାରିଲେ ଦେବେ ହସି |
ବାବାଜୀ ମାତାଙ୍କୁ ବିଶ୍ଵାସ ଅଧିକ ତାଙ୍କ ପ୍ରତି ଭକ୍ତି ବେଶି,
ନିଜ ପିତା-ମାତା ଶାଶୂ-ଶ୍ଵଶୁରଙ୍କୁ ଦିଅନ୍ତି କୋଣକୁ ଠେସି |
ଗୋଟିଏ ଜାତିକୁ ମାରିଦେବା ପାଇଁ ଯଦି ଶତ୍ରୁ ଖୋଜୁଥିବେ,
ଧର୍ମ ସଂପ୍ରଦାୟ ଭିତରେ କଳହ ମଞ୍ଜିଟିଏ ପୋତିଦେବେ |
ଅଦଳ ବଦଳ କରିଲେ ଟଙ୍କାକୁ ବଢେନାହିଁ ଟଙ୍କା ମାନ,
ଅଦଳ ବଦଳ କରିଲେ ଭାବକୁ ବଢିଯାଏ ବହୁଗୁଣ |
ଶବ୍ଦଟି ତୁଣ୍ଡରୁ ବାହାରିଲେ ତାକୁ କେହି ଧରିପାରେ ନାହିଁ,
ସେହି ଶବ୍ଦ କିନ୍ତୁ ସମସ୍ତଙ୍କ ମନ ଦେହକୁ ପାରିବ ଛୁଇଁ |
ଅକୁହା କାହାଣୀ ଶବ୍ଦର ମାଲିକ ହୋଇ ଆମେ ରହିଥାଉଁ,
ସଂଯମୀ ନ ହୋଇ କହିଦେଲେ କଥା ସେ ଶବ୍ଦର ଦାସ ହେଉ |
