STORYMIRROR

Jashobant Pattanayak

Comedy

4  

Jashobant Pattanayak

Comedy

ମାଣବସା

ମାଣବସା

1 min
183


ସହର ବଜାରେ ବିକା ତ' ହେଉନି

ଅନଲାଇନରେ ଖୋଜିଲେ ମିଳୁନି

ଗୋବରଟା କାହୁଁ ମିଳିବ !!

ପାହାନ୍ତିଶୀତରେ ନିଦଟା ଭାଙ୍ଗୁନି

ଝୋଟି ଚିତା ମୋତେ ଜମା ତ' ଆସୁନି

ଚକଚକିଆ ମୋ' ମାରବଲ୍ ଘରେ ରଙ୍ଗମାଟି କିଏ ଲିପିବ ?


ବେଡ୍ ଟି ନହେଲେ ଅଳସ ଯାଉନି

ଶାଢ଼ୀପିନ୍ଧା କେବେଠାରୁ ଭୁଲିଲିଣି

ଛିଃ..ଅଳତାଟା କିଏ ନାଇବ !!

ସିନ୍ଦୂର ଡ୍ୟାମେଜ୍ କରୁଚି ସ୍କିଇନି

ହୁଳହୁଳି ଯାଃ...ତୁଣ୍ଡରେ ପଶୁନି

ଆଜି ଗୁରୁବାର ପୂଜାଘରେ ମୋର ମାଣଟା କେମିତି ବସିବ ?


ଫୋନ୍ କଲେ ଚାକରାଣୀଟା ଶୁଣୁନି

ମାଣବସା କହି ଗାଁରୁ ଆସୁନି

ଘରକାମ କିଏ କରିବ !!

ଦି' ଓଳି ଦି' ମୁଠା ଖାଇବା ପାଉନି

କାନ୍ଦେ ନିତି ବସି ମୋ' ପାଖେ ବାହୁନି

ମୋ' କଥା ନ ବୁଝି ମାଣବସା କଲେ ଲାଭ ବା' କଣ ମିଳିବ ??


ପିଠାପଣା ଗଢ଼ା ମନେ ତ' ପଡୁନି

ଘରେ ବି ତ' କେହି ପସନ୍ଦ କରନ୍ତିନି

କିଏ ସେ ଏ ଧନ୍ଦା କରିବ !!

ଶ୍ୱଶୁରଙ୍କ ଇଚ୍ଛା ରୋଷେଇ ହବନି

ହୋଟେଲରୁ ଆଣି ଖାଇ କି' ହବନି

ଏତେ ଧନ ଥାଇ ବୋହୂ ମୋର କିଆଁ ରୋଷେଇ ଘରକୁ ପଶିବ ?


ଶାଶୁଙ୍କ ପାଇଁ ତ' ସମୟ ମିଳେନି

ନାଁ ଡାକ ତାଙ୍କ ଜ୍ଞାନୀ-ମହାଦାନୀ

ତାଙ୍କ କଥା କିଏ କହିବ !!

କାହାରି ଦୁଃଖ ସେ ସହିପାରନ୍ତିନି

ସମାଜସେବୀ ସେ ଭାରି ସ୍ୱାଭିମାନୀ

ସେବାରେ ତାଙ୍କର ଦିନ ଯାଏ ବିତି ତାଙ୍କ ସରି କିଏ ହୋଇବ ?


ସକାଳର ଭୋକ ସମ୍ଭାଳି ହେଉନି

ସାଦା ଖାଇବାଟା ସୁଆଦ ଲାଗୁନି

ଶାଶୁ କହିଛନ୍ତି ଶୀଘ୍ର ଯିବ,

ଡ୍ରାଇଭରଟା ବି' ବଡ଼ ବେଇମାନି

ମାଣବସା ବୋଲି କାଲିଠୁ ଆସିନି

ସହର ମଝିର ଲକ୍ଷ୍ମୀମନ୍ଦିରଟା ଟିକିଏ ବୁଲିକି ଆସିବ ।।


ହଜବ୍ୟାଣ୍ଡ୍ ମୋର ଖୁବ୍ ସଉଖୀନି

ଡ୍ରାଇଭର୍ ବିନା କାର୍ ଚଢ଼ନ୍ତିନି

କରନ୍ତିନି କେଉଁ ଅଭାବ,

ତାଙ୍କ କଥା ମୁଁ ତ' ଜମାରୁ ଶୁଣେନି

ସରି-ସରି ବୋଲି ଧରନ୍ତି ମୋ' କାନି

ସରାଗେ କହନ୍ତି- "କ'ଣ କଲେ ତୁମ ନାକଅଗ ରାଗ ଭାଙ୍ଗିବ ?"


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy