Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Comedy

4.5  

ଅଜୟ କୁମାର Ajaya Kumar ବେହେରା Behera

Comedy

ଘରଣୀଙ୍କ ଅବତାର

ଘରଣୀଙ୍କ ଅବତାର

1 min
282


ଘରେ ଘରମଣି  କାର୍ଯ୍ୟବ୍ୟସ୍ତ ବେଳେ 

    ଅଷ୍ଟଭୁଜା ଅବତାର ।

ସ୍ୱାମୀ ଶିରୋମଣି ବୋଲକରା ହୋଇ

    ବୋଲ କରିଥାଏ ତା'ର ।୧।

ରୋଷେଇ ଶାଳାରେ ରାନ୍ଧିବା ବେଳରେ

    ବେଶ ମାତା ଅର୍ଣ୍ଣପୁର୍ଣ୍ଣା ।

ପେଟ ପୂଜା ପାଇଁ  ମାତା ଦେଇଥାନ୍ତି

    ଦୟାରେ ମୁଠାଏ ଦାନା ।୨।

ପାଠ ପଢ଼ାବେଳେ ପିଲାଙ୍କ ପାଖରେ

    ଵିଦ୍ୟାଦାତ୍ରୀ ସରସ୍ୱତୀ ।

ଗୃହ ସମସ୍ୟାରେ ପାଖେ ପାଖେ ଥିଲେ

    ଶୈଳସୁତା ପାରବତୀ ।୩।

ଗୃହେ ବ୍ୟସ୍ତ ଥିଲେ ପୂଜା ଅର୍ଚ୍ଚନାରେ

    ରୂପ ତାର ମାଆ ଦୁର୍ଗା ।

ସ୍ୱାମୀ ଆଜ୍ଞାଧୀନ ମାତାଙ୍କ ପାଖରେ

    ମାତା ଦୁର୍ଗା ସର୍ବେସର୍ବା ।୪।

ଘର ଖର୍ଚ୍ଚ କାଟି ସଞ୍ଚୟ କରିଲେ

   ମାତା ଲକ୍ଷ୍ମୀ ବେଶ ଧରେ ।

ଅଭାବ ବେଳରେ ସାହା ହୋଇ ପୁଣି

   ସଞ୍ଚୟକୁ ଦାନ କରେ ।୫।

ବଜାରୁ ସଉଦା ଆଣିଥିଲେ ଭଲ 

  ପଡେ ନାହିଁ କେବେ ଗାଳି ।

ଅଜାଣତେ ଯଦି ଖରାପ ପଡିଲା

  ରୂପ ତାର ମାଆ କାଳୀ ।୬।

ପର ନାରୀ ପକ୍ଷେ ସ୍ୱାମୀର ପ୍ରଶଂସା

   ଅସହ୍ୟ ପତ୍ନୀଙ୍କ ପାଇଁ ।

ତାଣ୍ଡବ କରନ୍ତି ଦାଣ୍ଡର ମଝିରେ

   ରଣଚଣ୍ଡୀ ବେଶ ହୋଇ ।୭।

ସ୍ୱାମୀ ଯେତେବେଳେ ଶ୍ୱଶୁର ଘରର

    କଥାକୁ ନଥାନ୍ତି ମାନି ।

ଜାୟା ନୁହେଁ ସେ ତ ଭୟଙ୍କରୀ ଭାରି

    ରୂପ ମହିଂସାମର୍ଦ୍ଦିନୀ ।୮।



Rate this content
Log in

Similar oriya poem from Comedy