Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy

4  

KRUTIBAS NAYAK

Comedy

କବିତା ପର୍ବ : (ଅତିରିକ୍ତ) :101 : ବିଦ୍ୟାଳୟ

କବିତା ପର୍ବ : (ଅତିରିକ୍ତ) :101 : ବିଦ୍ୟାଳୟ

1 min
236


ବିଦ୍ୟା ଅଧ୍ୟୟନ ଆଚରଣ ଶିକ୍ଷା ଶୃଙ୍ଖଳାର କେନ୍ଦ୍ର ବିଦ୍ୟାଳୟ,

ଗୁରୁକୁଳ କିବା ଚାଟଶାଳୀ ହେଉ ଆଶ୍ରମ ବି ଥିଲା ଶିକ୍ଷାଳୟ |


ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଲିଛି ହୋଇଗଲା ଭୋଜନାଳୟ,

କୋଭିଡ଼ କରୋନା ରୋଗୀ ରହିବାକୁ ହେଲା ଏବେ ଚିକିତ୍ସାଳୟ |


ପୋଷାକ ବାଣ୍ଟିବେ ସାଇତି ରଖନ୍ତି ତେଣୁ ହେଇଗଲା ବସ୍ତ୍ରାଳୟ,

ସ୍ୱଚ୍ଛ ଭାରତ ଯୋଜନାରେ ଏବେ ତିଆରି ହେଇଛି ଶୌଚାଳୟ |


ଗୁଣ୍ଡା ଟାଉଟର ପିଲା ଲଢେଇରେ ବିଦ୍ୟାଳୟ ହୁଏ ଜମାଳୟ,

କଲେଜ ପିଲାଙ୍କ ପାଇଁ ପାଠାଗାର ଖେଳ ପଡ଼ିଆ ତ ପ୍ରେମାଳୟ |


ଅରମା ବାଳୁଙ୍ଗା ପିଲାଙ୍କ ପାଇଁ ସେ ଥିଲା ଦିନେ ଯନ୍ତ୍ରଣାଳୟ,

ସିଆଇ ଡ଼ିଆଇ ଆସିଲେ ସେଦିନ ହେଇଯାଏ ମନ୍ତ୍ରଣାଳୟ |


ନିର୍ବାଚନ ବେଳେ କେନ୍ଦ୍ର ଖୋଲିଯାଏ ଭୋଟରଙ୍କ ପାଇଁ ଭୋଟାଳୟ,

ବୁଲାଗାଈ ଷଣ୍ଢ ପାଇଁ ସଞ୍ଜବେଳେ ହୋଇଯାଏ ପୁଣି ସୁଖାଳୟ |



Rate this content
Log in

Similar oriya poem from Comedy