ମାସ ଆରମ୍ଭ
ମାସ ଆରମ୍ଭ
ଦରମା ଆଜି ଆସିବ ବୋଲି
ମନ ହେଲା କନ କନ
ରବିବାର ଦିନ ଘରଣୀ କୁ ନେଇ
ବୁଲିବି ନନ୍ଦନ କାନନ ॥
ଧଉଳି ଯିବି ମୁଁ ରାଜରାଣୀ ଯିବି
ବୁଲିଯିବି ଖଣ୍ଡଗିରି
ମନ ଭରି ସୁସ୍ୱାଦୁ ଖାଇବା ଖାଇବୁ
ବୁଲିବୁ ଯେ ଘିରି ଘିରି ॥
ମନ ଭରି ମୁହିଁ ସପିଙ୍ଗ୍ କରିବି
ଦେଖିବି ଯାଇ ସିନେମା
ଝିଅ ମୋ କହିଛି ଆଣିବା ପାଇଁକି
ନୂଆ ନୂଆ କେତେ ଜାମା ॥
ଣ୍ଟୁ କିନା ଏକ ଶବଦ ଆସିଲା
ଦେଖିଲି ମୋ ମୋବାଇଲି
ଦରମା ଆସି କ୍ରେଡିଟ ହୋଇଲା
ଦେଖି ଟିକେ ହସି ଦେଲି ॥
ପୁଣି ଟିକିଏ ଦେଖିଲା ବେଳକୁ
ଆସିଲା ଏକ ମେସେଜ
ତିନି ଲକ୍ଷ ଟଙ୍କା ଲଟେରି ଜିତିଛ
ଲକ୍ଷ ପତି ହେବ ଆଜ ॥
ମନ ମୋର ପୁରା ଖୁସି ରେ ନାଚିଲା
ଭାବିଲି ସବୁ ସ୍ୱପ୍ନ ହେବ ପୁରା
ଘରଣୀ ପାଇଁକି ହାର କିଣିଦେବି
ଗୋଲାପ ସାଥିକୁ ଗଜରା ॥
ଲିଙ୍କ୍ ରେ ତାର କ୍ଲିକ୍ ମାରିଲି
ମନେ ମନେ ହୋଇ ଖୁସି
ଆକାଉଣ୍ଟ ରୁ ମୋର ସବୁ ଚାଲିଗଲା
ବାଡିରେ କାନ୍ଦୁଛି ବସି ॥
