STORYMIRROR

Kalandi pal

Comedy

4  

Kalandi pal

Comedy

ଦୁଇ ମଦୁଆ

ଦୁଇ ମଦୁଆ

1 min
227


ଦୁଇ ମଦୁଆ ସାଙ୍ଗ ଭଳିଆ

ମଦ ପିଉଥିଲେ ବସି

ଚାଖେଣି ସହ ଲଗାଇ ମୋହ

ମନେ ପାଇଲେ ଖୁସି ।।


ରଙ୍ଗିନ ପରା ଦୁନିଆଁ ସାରା

ଗଗନେ ଉଡେ ମନ

ଖାଲ ଢିପଟି ସମାନ ଭାବି

ପାଦ ପକାନ୍ତି ଜାଣ ।।


ବାଟ ଅଣ୍ଡାଳି ଚାଲନ୍ତି ଢଳି

ପାଟିକୁ ନାହିଁ ବେଳ

ସତେ କି ସିଏ ଜିଣି ଅଇଲେ

ଯୁଦ୍ଧେ ସରଗ ପୁର ।।


ରାସ୍ତାରେ ଯାନ୍ତି କା"କୁ ବକନ୍ତି

ଠିକଣା କିଛି ନାହିଁ

ଆଲୁଅ ବାଟ ଅନ୍ଧାର ଦିଶେ

ଯାନ୍ତି ଅଣ୍ଡାଳି ହୋଇ ।।


ରାସ୍ତାରେ ପୂଳେ ଗୋବର ଦେଖି

ଗୋଟେ ମଦୁଆ କୁହେ

ଅଫିମ ପୁଳେ ପାଇଛି ମୁହିଁ

ମୋ ଭଳି କେହି ନୁହେଁ ।।


ଆର ମଦୁଆ ହୋଇଲା ଠିଆ

ଲୋଭ ଲାଗିଲା ତାକୁ

ଅଫିମ ଜାଣି ପାଟିରେ ପଣି

କରଇ ଚାକୁ ଚାକୁ ।।


ରାଗି କହିଲା ପାଗଳା ପରା

ତୋ ପରି କେହି ନାହିଁ

ଗୋବର ଧରି ଅଫିମ କହୁ

ନିଶାରେ ବାୟା ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy