STORYMIRROR

Arjun Das

Abstract Comedy

4  

Arjun Das

Abstract Comedy

କପି

କପି

1 min
384


ବରଷକ ବାର ମାସ ସରିଗଲା 

ପାଠ ମୁଁ ପଢିନି ଦିନେ

ପରୀକ୍ଷା ସମୟ ଆସିଲା ବେଳକୁ

ଚିନ୍ତା ପସିଗଲା ମନେ ॥

ମନେ ମନେ କେତେ କଥା ମୁଁ ପାଞ୍ଚିଲି

କିପରି ହେବି ମୁଁ ପାଶ୍

ନ ହେଲେ ବାପା ଘରୁ ତଡି ଦେବେ

ଜୀବନ ଟା ହେବ ଶେଷ୍ ॥   

ମନେ ମୋର ଏକ ଉପାୟ ଆସିଲା

  କରିବା ପାଇଁକି କପି

ଦିନରାତି ପୁରା ଏକ କରିଦେଲି 

ସବୁ ନେଇଗଲି ଟିପି ॥

କେତେ ଆଶା କରିଥିଲି ମୁହିଁ

କପି କରି ହେବି ପାଶ

ସବୁ ଆଶା ମୋର ମଉଳି ଗଲା ଟି

ଜୀବନ ଟା ହେଲା ଶେଷ ॥

କପି କଲା ବେଳେ ଧରି ପକାଇଲେ

ଆମ ସ୍କୁଲ ହେଡ ମାଷ୍ଟର

ପାଞ୍ଚ ବରଷ ପୁରା ଫେଲ କରିଲେ

ସରିଗଲା ସୁଖ ମୋର ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract