କପି
କପି
ବରଷକ ବାର ମାସ ସରିଗଲା
ପାଠ ମୁଁ ପଢିନି ଦିନେ
ପରୀକ୍ଷା ସମୟ ଆସିଲା ବେଳକୁ
ଚିନ୍ତା ପସିଗଲା ମନେ ॥
ମନେ ମନେ କେତେ କଥା ମୁଁ ପାଞ୍ଚିଲି
କିପରି ହେବି ମୁଁ ପାଶ୍
ନ ହେଲେ ବାପା ଘରୁ ତଡି ଦେବେ
ଜୀବନ ଟା ହେବ ଶେଷ୍ ॥
ମନେ ମୋର ଏକ ଉପାୟ ଆସିଲା
କରିବା ପାଇଁକି କପି
ଦିନରାତି ପୁରା ଏକ କରିଦେଲି
ସବୁ ନେଇଗଲି ଟିପି ॥
କେତେ ଆଶା କରିଥିଲି ମୁହିଁ
କପି କରି ହେବି ପାଶ
ସବୁ ଆଶା ମୋର ମଉଳି ଗଲା ଟି
ଜୀବନ ଟା ହେଲା ଶେଷ ॥
କପି କଲା ବେଳେ ଧରି ପକାଇଲେ
ଆମ ସ୍କୁଲ ହେଡ ମାଷ୍ଟର
ପାଞ୍ଚ ବରଷ ପୁରା ଫେଲ କରିଲେ
ସରିଗଲା ସୁଖ ମୋର ॥