STORYMIRROR

Arjun Das

Comedy

4  

Arjun Das

Comedy

ପତ୍ନୀ ପୁରାଣ

ପତ୍ନୀ ପୁରାଣ

1 min
359

ନମସ୍ତେ ଜ୍ଞାନି ଗୁଣି ଜନ    । ସାଦରେ ପ୍ରଣାମ ମୋ ଘେନ  ॥

ଗିତରେ କହିବି ତା ଗୁଣ    ।  ସେକଥା ମନ ଦେଇ ଶୁଣ  ॥

ଖଟ ଉପରେ ମାରେ ରଡି   ।  ଚାହା ହେଲା କି ନାହିଁ ରେଡି  ॥

ସକାଳୁ ଚାହା ଆଣିଦବ     । ନହେଲେ ବେଲେଣା ଖାଇବ ॥

ଡିମାଣ୍ଡ ତାର ଭାରି ଜୋର   ।  କଥା ଟା ତାହାର ପ୍ରଖର    ॥

କହଇ ମଧୁର କଥା ଟି     ।  ଜେବେ ଲୋଡା ହୁଏ ଧନ ଟି  ॥

ଶାଶୁ ଶଶୁର ନମାନଇ     ।  ସିଂହ ପରି ସେ ଗରଜଇ   ॥

ଆଠଟା ବେଳେ ସେଜ ଛାଡେ ।  ମୋବାଇଲି ବସି ରଗଡେ ॥

ଓଷା ପର୍ବ କିଛି ନଜାଣେ ।  ମାଛ ସାଙ୍ଗ କୁ ଚିକେନ ଟାଣେ ॥

ମୋବାଇଲି ସେ ହାତେ ଧରି  । ବୁଲୁଥାଏ ସେ ଘିରି ଘିରି ॥

ଶାଢି ଚୁଡି ଆଉ ସୁନାହାର  । କିଣି ପକେଟ ଫାଙ୍କା ମୋର   ॥

ସକଳ କର୍ମ ତ୍ୟାଗ କରି  । ତାହାର ସେବା ମୁ କରଇ     ॥ 

ସେବାରେ ହେଳାଟି ହୋଇଲେ । ବେଳେଣା ପିଟିବ ସେ ଭଲେ ॥

ତାହାର ଚଣ୍ଡୀ ଅବତାର  । ଦେଖିଛି ମୁହି କେତେ ଥର    ॥

ଚଉକି ପରେ ବସିଥାଏ  । ମଝିରେ ଅଡର ଟି ଦିଏ ॥  

ସକଳ ବେଦର କାହାଣୀ  । ମୁହରେ ଦିଅନ୍ତି ବଖାଣି  ॥

ଏପରି ଅନେକ କଥାଟି   । ଅନ୍ୟଥା ନୁହଇ ବାକ୍ୟଟି  ॥

        ॥   ଇତିଶ୍ରୀ ପତ୍ନୀ ପୁରାଣ ସମାପ୍ତ  ॥    


Rate this content
Log in

Similar oriya poem from Comedy