STORYMIRROR

ଦୀପଙ୍କର ଦାସ

Tragedy Action Fantasy

3  

ଦୀପଙ୍କର ଦାସ

Tragedy Action Fantasy

ଅଚିହ୍ନା

ଅଚିହ୍ନା

1 min
302

ଦିନରେ ହଜିଯାଏ ମୁଁ ଭିଡ଼ରେ

ରାତିରେ ଅତୀତ ,କଳ୍ପନା ଆଉ ନିଜ ଭିତରେ

ଏମିତି ଏକ ରାତି ଥିଲା

ମୁଁ ଚୁପ୍ ଚାପ୍ ବସି ଭାବୁଥିଲି ନିଜକୁ

ଆଉ ଦେଖୁଥିଲି ସେଇ ଜହ୍ନକୁ

ଦୁରାଭାସ ପୁରା ସ୍ତବ୍ଧ ଥିଲା

ହଠାତ୍ କମ୍ପନରେ ମାତିଗଲା

ସମାଚାର ଆସିଛି

ଆପଣଙ୍କ କବିତା ଭଲ ହୋଇଛି

ମୋ କବିତା ପଢ଼ି କେଉଁଠି ଭୁଲ ଅଛି କୁହନ୍ତୁ

ସତ ହେଲା ମୁଁ ସାହିତ୍ୟ ରେ ଅନଭିଜ୍ଞ

ତୁମର ଅନବିଦ୍ୟ କୃତିର ମତାମତ

ଦବାକୁ ନାହିଁ ମୋର ଯୋଗ୍ୟତା

ତଥାପି ଯାଇ ଦେଖିଲି

ସବୁ ଲେଖା ବହୁତ୍ ଚମତ୍କାର ଥିଲା

ହେଲେ କିଛି ଲେଖା ହୃଦୟ ଛୁଇଁଲା

ତାପରେ ଧୀରେ ଧୀରେ ବାର୍ତ୍ତାଳାପ ଚାଲିଲା

ବୋଧେ ମୋର କଥାରେ ବାକଚାତୁର୍ଯ୍ୟତା

ଭରି ହୋଇ ରହିଥାଏ

ଅଚିହ୍ନା ବେଳେ ବେଳେ ଚିହ୍ନା ହୋଇଯାଏ

ଏବେ କିନ୍ତୁ ତାଙ୍କ କବିତାକୁ ଅପେକ୍ଷା

ତାଙ୍କ ଲେଖନୀର ପ୍ରତ୍ୟେକ ଶବ୍ଦ ମୋତେ

ଦୁଃଖ ଯନ୍ତ୍ରଣାରୁ ଉପେକ୍ଷା କରେ

ଅଗମ୍ୟ ରାଜ୍ୟର କୁମାରୀ ସେ

ଦୂରରେ ରହି ମଧ୍ୟ ଆମର ସେ

ମୋ ଓଡ଼ିଆ ଭାଷାର ସ୍ୱାଭିମାନ ସେ

ଚିରସବୁଜ ତାଙ୍କ ମୁଖ

ବୋଧଗମ୍ୟ ରଚନାର ନାୟିକା ସେ

ଲଳିତ କଳ୍ପନାର ପରିଚୟ ସେ

କେବେ ବିରହିଣି କାହା ଅପେକ୍ଷାରେ

ପୁଣି କେବେ ଲେଖନ୍ତି ସାମାଜିକ ସେ

ହଁ ସେ ଅଚିହ୍ନା କିନ୍ତୁ

କବିତାରେ ମୋର ଚିହ୍ନା ସେ

ଆପଣାର ନୁହନ୍ତି ନିଜର ସେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy