ଅଚିହ୍ନା ନର
ଅଚିହ୍ନା ନର
ଦୁନିଆ ଆଗରେ, ମାଟି ଯେ ଉପରେ
ଯେବେ ପଡ଼ିଥିଲି ମୁହିଁ l
ଦେହରୁ ରୁଧିର , ବହୁଥିଲା ଝର
ନଥିଲେ କେହିତ ଚାହିଁ ll୧
ଚେତା ଶୂନ୍ୟ ହୋଇ,ପଡ଼ିଥିଲି ଶୋଇ
ରକ୍ତ ଯୁଡୁ ବୁଡୁ ହୋଇ l
ହଜାରେ ପଥିକ, ଦେଖୁ ଥିଲେ କ୍ଷତ
ଦର୍ଶକ ଯେ ଖାଲି ହୋଇ ll୨
କେହିଜଣେ ନର, ଦେଖି ମୋ ଶରୀର
ନେଇଥିଲେ ସ୍ୱ କାନ୍ଧରେ l
ଚେତା ଯେବେ ଆସେ, ଖୋଲି ଆଖି ଦେଖେ
ଅଚିହ୍ନା ନର ପାଖରେ ll୩
ଡାକ୍ତର ବୋଲିଲେ, ଭାଗ୍ୟବାନ ତମେ
ପାଇ ଅଛ ନୂଆ ଜନ୍ମ l
ଧନ୍ୟବାଦ ଦିଅ, ଏ ଭାଇ ଙ୍କୁ ଆଗ
ଦେଇଛନ୍ତି ପୁନର୍ଜନ୍ମ ll୪
ନଦେଖି ସେ ଜାତି, ଶରୀର ଶକତି
ଅଛି କେତେ ସ୍ଵ ରକତ l
ନିଜ ଦେହୁ କାଢି, ଦେଲେ ସେତ ବାଢ଼ି
ନଭାବି ନିଜ କଥା ତ ll୫
ନଥିଲା ମୋ ଦେହ, ରକତ କାଣିଚେ
ଦିଶୁଥିଲା ଅନ୍ଧକାର l
ଦେବ ଦୂତ ସାଜି, ନିଜ ହାତ କାଟି
ଦେଲେ ସେ ନିଜ ରୁଧିର ll୬
ଧନ୍ୟ ହେ! ଈଶ୍ୱର,ଲୀଳା ଯେ ତୁମର
ଗଢିଛ ଏମିତି ନର l
ସବୁଠୁ ସୁନ୍ଦର, ଅତି ମନୋହର
ଅଚିହ୍ନା ସେହି ଯେ ନର ll୭
