Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Meher

Romance

4.7  

Jayashree Meher

Romance

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
456



ସେଦିନର କଥା ମନେ ପଡିଗଲେ

ହଠାତ ଝରିପଡେ ଆଖିରୁ

ଅସରନ୍ତି ଲୁହର ଧାରା ।

ଏକୁଟିଆ ଏଇ ମଣିଷ

ଅସହାୟ ଭଳି ନିଜର

ଜୀବନ ବିତାଉଥାଏ ।

ନିଜ ଛାଇ ସହ ବାର୍ତ୍ତାଳାପ କରି 

ନିର୍ଜନରେ ବସି କେଜାଣି

କାହା କଥା ଭାବୁଥିଲି ।

କେଉଁଠି ଥିଲା କେଜାଣି 

ଅଚିହ୍ନା ମଣିଷଟିଏ

ପାଖକୁ ଆସି ଆଶ୍ୱାସନାଟିଏ

ବୁଣିଦେଲା ମୋରି ଭିତରେ ।

କେବେ ଜାଣିନଥିଲେ ମଧ୍ୟ 

ଲାଗୁନଥିଲା ଅଚିହ୍ନା ପରି

ତାରି ହାତପରଶ ବୁଣିଦେଲା

ମୋରି ମନରେ ଅସୁମାରୀ

ଆଶା ଓ ଆକାଂକ୍ଷାର ଗାର ।

ନେଇଗଲା ହାତ ଠାରି

କେଉଁ ଏକ ଅଜଣା ଦୁନିଆକୁ

ସ୍ୱପ୍ନ ଦେଖାଇଲା ନୂତନ ଜୀବନର ।

ଜୀବନକୁ ବଞ୍ଚିବାର ଆଶା ଦେଖାଇ

ହାତଛାଡି ଚାଲିଯାଇଥିଲେ ମଧ୍ୟ

ମୋରି ମନରେ ବସାବାନ୍ଧି

ରହିଗଲା ଚିରଦିନ ପାଇ ।

ପାଇଗଲା ସ୍ଥାନ ପୁଣି ମୋରି କବିତାର 

ଗୋଟିଏ ଫର୍ଦ୍ଦରେ 

କାଗଜ ଓ ତୁଳୀ ମାଧ୍ୟମରେ ।




Rate this content
Log in

Similar oriya poem from Romance