ଅଚିହ୍ନା ମଣିଷ
ଅଚିହ୍ନା ମଣିଷ


ପର ଆପଣାର ଆପଣାର ପର
ଲାଗନ୍ତି ଏଠି କେତେ ରକମର
ଜୀବନେ ଖୁସିର ସନ୍ଧାନ ଲାଗି
କାହାକୁ ବାନ୍ଧିବି ସମ୍ପର୍କ ଡୋର ।
ଦୁଇ ଦିନର ମଣିଷ ଜୀବନ
ଆଜି ଅଛି କାଲି ଚାଲିଯିବ
ତୁଛାଟାରେ ଖାଲି ମୋର ମୋର ହୋଇ
ଦୁଃଖର ସାଗରେ ବୁଡି ମରିବ ।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ ଅବା କିବା ସହୁ
ନିଜ ନିଜ ମଦ୍ଧେ କଳି ଗୋଳ କରି
ଯଶ ସଂମ୍ମାନ କୁ କାହିଁ ହରାଉ ।
ଛଦ୍ମ ବେଶେ ବୁଲେ ଛଦ୍ମ ନାମ ଧରି
ସମ୍ପର୍କରେ ଲଗାଏ ନିଆଁ
ତଥାପି ମଣିଷ ତା ମାୟାରେ ବାୟା
ବିନା ନିଆଁରେ କୁହୁଳଇ ଧୂଆଁ ।
ବିପଦରେ କିଏ ସାହା ହୋଇଯାଇ
କରେ ମନେ ସ୍ୱାର୍ଥପୋଷଣ
ପିଡିତାର ଦୁଃଖ ବଢି ବଢି ଯାଏ
ପାଏ ପୁଣି କେତେ କଷଣ ।
ଅଚିହ୍ନରେ ଚିହ୍ନା ଚିହ୍ନାରେ ଅଚିହ୍ନା
ଏଇ ପରା ମଣିଷ ଜୀବନ
ସ୍ନେହ ପ୍ରେମର ପବିତ୍ର ବନ୍ଧନେ
ହସେ ପୁଣି ଏଇ ମରୁଦ୍ୟାନ ।
ଆଶା ମରୀଚିକା ଆଶା ବୈତରିଣୀ
ଆଶାରେ ଯାଉଛି ବହି
ଅଚିହ୍ନା ହେଲେବି ପବିତ୍ର ମନରେ
ଦୁଖୀଙ୍କୁ ସାହା ହେଉଥିବେ କେହି ।