ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ଦୁନିଆଁଟା ଆମ ଅଟେ କଳୁଷିତ
ଜାଣି ନାହୁଁ କି ରେ ନର
ପାଦକୁ ତୋହର ପଙ୍କରୁ କାଢୁନୁ
ଖୋଜି ଚାଲୁ ସ୍ଵଚ୍ଛ ନୀର।
ଧବଳ ରଙ୍ଗର ଚଷମା ପିନ୍ଧିଛୁ
ଦୁନିଆଁ ଦିଶେ ନିର୍ମଳ
ନୁହନ୍ତି ସଭିଏଁ ଆମରି ପରିକା
ସରଳ ଓ ସୁଶୀତଳ ।
ଅଚିହ୍ନା ମଣିଷେ ବିଶ୍ୱାସ କରିବା
ଅଟଇ ମୁର୍ଖାମି ଆମ
ଯେତେ ଲାଗିଲେ ବି ଅତି ଆପଣାର
ଘୁଞ୍ଚାଇ ରଖିବା ମନ
ମନ ମତାଣିଆଁ ବଚନ କହିିଣ
ମନକୁ ଭୁଲାଇ ଦ୍ୟନ୍ତି <
/p>
ଅନ୍ତରର କଥା ସାଉଁଟି ନେବାକୁ
କେତେ ନାଟକ ରଚଚ୍ତି ।
ମଣିଷ ଚିହ୍ନିବା କଠିଣ ଏଇଠି
ହୁଅନ୍ତି ସଭିଏଁ ସଖା ଼଼
ଉପରେ ଅମୃତ ଭିତରେ ଜହର
ପିନ୍ଧିଥାନ୍ତି ଭଦ୍ରମୁଖା ।
ଅଚିହ୍ନା ମଣିଷ ନାଗସାପ ସମ
ଅସହ୍ୟ ତାର ଦଂଶନ
ତେଣୁ କରି ଆମେ ଦୂରେଇ ରହିବା
କରିବା ନାହିଁ ଗ୍ରହଣ ।