ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହକୁ କହିବି କହାକୁ
କିଏ ଶୁଣିବ ଦୁଃଖ
ଅସୁମାରି ଆଶା ମନରେ ହତାଶା
ଖୋଜି ପାଉନି ସୁଖ ।
ସ୍ମୃତିରୁ ବିସ୍ମୃତି ହୋଇ ନାହିଁ ଛବି
ଉଙ୍କିମାରେ ବାରମ୍ବାର
ଅଭୁଲା ଶୈଶବ ସ୍ମୃତିର ପ୍ରତୀକ
ବିଭବ ମୋ ହୃଦୟର ।
ହସ ଫୁଲ ବୋଲି ଆପାଣାର.ଥିଲି
ତୋଳି ଧରୁଥିଲେ କୋଳେ
ବନ୍ଧୁ ପରିଜନ ପ୍ରତିବେଶୀ ଗଣ
ମୋ ପ୍ରେମରେ ଥିଲେ ଭୋଳେ ।
ସ୍ନେହଁ ସଦିଚ୍ଛାର ଶୈଶବ ସମ୍ପଦ
ଦୂରେଇ ଯାଇଛି ଆଜି
ଆସନ୍ତାକି ଫେରି ଆଉ ଥରେ ପୁଣି
ଶୈଶବ ବିଭବ ରାଜି ।
ନିଷ୍ପାପ ଶୈଶବ କପଟ ବିହୀନ
ନିଃଷ୍କକଳଂକେ ଥିଲା ପୁର୍ଣ୍ଣ
ଉଦାର ସ୍ବଭାବ ଥିଲା ଆପଣାର
ଭାବମୂର୍ତ୍ତି ଥିଲା ସ୍ଵର୍ଣ୍ଣ ।
ସାଙ୍ଗ ସାଥୀ ମେଳେ ଧୂଳି ବାଲି ଖେଳେ
ବିତି ଯାଉଥିଲା ଦିନ
ଅଭାବ କଷଣ ନଥିଲାତ.ମୋର
ମୁଁ ଥିଲି ଗଣ୍ଠି ଧନ ।
ପିତାମାତାଙ୍କର. ଆଖିର କପୋତ
ଦୂରେଇ ଯାଇଛି ଆଜି
ଦୂର ବିଦେଶରେ ମୁଁ ଝୁରିମରେ
ପାଉନି ମୁଁ ସ୍ନେହଁ ଖୋଜି ।
ହାୟରେ ସମୟ ହେଲୁକି ନିର୍ଦୟ
ଛଡାଇ ନେଲୁ ଶୈଶବ
ମୋହ ମାୟାଗ୍ରସ୍ତ. କଲୁ ମୋତେ ସତ
ନାହିଁ ମୋ ଉଦାର ଭାବ ।
କଳୁଷିତ ଆଜି ମୋ ଜୀବନ ଛବି
ହୃଦୟରେ ଅଛି କୋହ
ଜୀବନ ଜଞ୍ଜାଳେ ଶୈଶବକୁ ଝୁରେ
ତୁଟି ନାହିଁ ମୋର ମୋହ ।