ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ମଣିଷ ଜୀବନ ର ଅନେକ କଥା
ସବୁବେଳେ କରି ହୁଏନାହିଁ ବ୍ୟକ୍ତ
ଅବ୍ୟକ୍ତ ଅକୁହା କଥା ସବୁ ଭାରାକ୍ରାନ୍ତ
କୋହ ଭରା ମନେ ହୁଏ ପରିବ୍ୟାପ୍ତ ।
ଜୀବନର ଅବ୍ୟକ୍ତ ଅକୁହା କାହାଣୀ
ଅଡୁଆ ସୁତାର ଖିଅ ପରି ହୁଏନି ଗଣି
କଥା ମଜାମଜି ଟଣା ଭିଡା ନଈପାଣି
ବୋହି ଆସେ କୋହଭରା ଲମ୍ବା କାହାଣୀ
ଯେଉଁଠି ନଥାଏ ଶେଷ ଦୃଶ୍ୟର ଚାହାଣୀ ।
କୃଷକ ଭାଇର ଚାଷ କ୍ଷତି ହେଲେ
ଅବ୍ୟକ୍ତ ଭାବନାର ପରିଧି ବଢେ
ପରିବାର ମଧ୍ୟେ ସନ୍ତାନସନ୍ତତି କୁପଥେ
ମାତିଲେ ଦୁଃଖ ଭାରା ଭାରି ପଡେ
ରାଜ୍ୟ ଦେଶର ସୀମା ବିବାଦରେ
ଦେଶର ମନାନ୍ତର ଦୁଃଖ ବଢେ
ମିଛ ସତ କହି ସଂସାର ଭିତରେ
ଲଢେଇ ଲାଗିଲେ ଦୁଃଖର ପସରା ବଢେ ।
ପିତା ମାତାଙ୍କ
p>
ଜୀବନର ସମସ୍ତ ସମୟ
ବିତିଯାଏ ସନ୍ତାନ ସଂନ୍ତତିଙ୍କ ପାଇଁ
ତିଳେ ବି ନଥାଏ ସନ୍ଦେହ ସେହି
ଭାଗବାଣ୍ଟ ଓ ଭାରାକ୍ରାନ୍ତେ ବିତିଯାଏ ବୟସର ଅପରାହ୍ନ
ଆଣିଥାଏ ପୁଳାଏ ଦୁଃଖ କଷ୍ଟ ଶ୍ରମ ଓ ଅବ୍ୟକ୍ତ କୋହ
ବୟସଟା ସାଜିଥାଏ ଅବ୍ୟକ୍ତ ଅନଳ ପରି
ନିମିଷକ ମଧ୍ୟରେ ପୋଡ଼ି ଜାଳି ଦିଏ
ସବୁ ଭାବନାର ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ କୁ
ସବୁକିଛି ରହିଯାଏ ଅବ୍ୟକ୍ତ କୋହ ର
କରୁଣ କାହାଣୀ ଟିଏ ହୋଇ ।
କାହାଣୀ ଟା ଯେବେ ପାଠକ ପଢଇ
ହସ ଖୁସି ଦୁଃଖ ସବୁ ହୃଦୟେ ଆସଇ
ଏକା ଏକା ଭାରାକ୍ରାନ୍ତ ହୃଦୟ ନଦୀରେ
ମନ ଭାବନା ଭିତରେ ଘୁରି ବୁଲେ
ଅବ୍ୟକ୍ତ କୋହର ଜ୍ଵଳନ୍ତ ଖବର ସବୁ
ଆଶା ରୁ ଅଧିକ ଆସକ୍ତି ମନେ ରଖିଲେ
ଦୁଃଖ ନଦୀରେ ମଣିଷର ଭାବନା ବୁଡଇ ।