STORYMIRROR

Latika Bilash

Tragedy

4  

Latika Bilash

Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
465


ନିଜ ଭାବାବେଗ ଉପରେ

ପାରଦର ପ୍ରଲେପ ଚଢେଇ

ଦେଖୁଛି, ଦେଖଉଛି

ଅନ୍ୟର ଅଭିନୟ  ।


ବେଳେ ବେଳେ

ଛାତି ତଳର ସମସ୍ତ ଯନ୍ତ୍ରଣା

ଦାଉ ଦାଉ ଜଳି ଉଠନ୍ତି ଏକାସଙ୍ଗେ

ମାଛଟିଏ ପରି ତା' ଭିତରେ

ଖୁବ୍ ଭାଜିହୁଏ ମୁଁ 

 ଇଚ୍ଛା ହୁଏ

 ସାପକାତି ପରି ଫିଙ୍ଗି ଦିଅନ୍ତି

 ସବୁ ଆବରଣ

 ନିଜକୁ ଉନ୍ମୋଚିତ କରି

 ଦେଖାଇ ଦିଅନ୍ତି

 ଛାତିର କୋହ ଆଖିର ଲୁହ ।


 ଆଲୋକକୁ ଫେରିବାକୁ ନଦେଇ

 ଖୋଲି ଦିଅନ୍ତି ସବୁ ଝରକା କବାଟ

 ହେଲେ କାହିଁକି କେଜାଣି

 ସେହି କୂପ ମଧ୍ୟରେ ଅଟକି ଯାଏ

 ମନେ ପଡିଯାଏ

 ମୋ କାରୀଗରର ପଦେ କଥା

 କଥା ଦେ ଯାହା ବି ହେଉ

ଭୁଲିଯିବୁନି ଦର୍ପଣର ଧର୍ମ ।


  ସେହି ଭୀଷ୍ମ ପ୍ରତିଜ୍ଞା

  ପାଳନ କରିବାକୁ ଯାଇ

  ସବୁ ଲୁହକୁ ଆଖି କୋଣରେ

  କବର ଦେଇ ପୁନଶ୍ଚ

  ଖିଲି ଖିଲି ହସିଉଠେ ମୁଁ ।

 


Rate this content
Log in

Similar oriya poem from Tragedy