STORYMIRROR

Latika Bilash

Romance

3  

Latika Bilash

Romance

ସେଦିନ ବର୍ଷାରେ ତୁମେ ଓ ମୁଁ

ସେଦିନ ବର୍ଷାରେ ତୁମେ ଓ ମୁଁ

1 min
220

  

ମନେଅଛି ପ୍ରିୟ ଅତୀତର ସେହି ଝରି ବରଷାର ଦିନ,

ମେଘମେଦୁର ଏ ଧରଣୀ ବାସ୍ନାରେ ବାସୁଥିଲା ଯେବେ ମନ ।।


ତୁମେ ଗଢୁଥିଲ କାଗଜ ନଉକା ଭସାଉଥିଲି ମୁଁ ଜଳେ,

ତୁମେ ଗାଉଥିଲ ବର୍ଷା ଗଜଲ ମୁଁ ନାଚୁଥିଲି ତାଳେ ତାଳେ ।।


ତୁମେ ଆଙ୍କୁଥିଲ ଇନ୍ଦ୍ରଧନୁ ମୁଁ ଯେ ଭରୁଥିଲି ସପ୍ତରଙ୍ଗ,

ତୁମେ ଘୁରୁଥିଲ କଳ୍ପନାରାଜ୍ୟେ ମୁଁ କରୁଥିଲି ମୋହଭଙ୍ଗ ।।


ତୁମେ ଲେଖୁଥିଲ ନଈବଢି ଗୀତ ମୁଁ ଯେ ପଢୁଥିଲି ବସି,

ତୁମେ ଆଣୁଥିଲ ମେଘପୁଷ୍ପ ମୁଁ ଯେ ଖାଉଥିଲି ହୋଇ ଖୁସି ।। 


ମୁଁ ପୋତୁଥିଲି କଲରା, କାକୁଡି ତୁମେ ଦେଉଥିଲ ରଞ୍ଜା,

ମୁଁ ଝୁମୁଥିଲି ରାଗ ପୁରବୀରେ ତୁମେ ଧରୁଥିଲ ଲଞ୍ଜା ।।


ମୁଁ ଭିଜୁଥିଲେ ବରଷାରେ ତୁମେ ତୋଳି ଧରୁଥିଲ ଛତା,

ମୁଁ ସଢୁଥିଲେ ନୈରାଶ୍ୟରେ ତୁମେ ଖୋଲି ପଢୁଥିଲ ଗୀତା ।।


ହେଲେ ପୂର୍ବ ପରି ବର୍ଷା ଏ ମନକୁ ରଖୁନାହିଁ ବନ୍ଧୁ ବାନ୍ଧି,

ବୟସର ସାଥେ ହୋଇଅଛି ବୋଧେ ଏବେ ଅଲିଖିତ ସନ୍ଧି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance