Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Latika Bilash

Others

3  

Latika Bilash

Others

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
208


ଭାସିଯାଆ ମୋର କାଗଜ ଡଙ୍ଗା

ଭାସିଯାଆ ମୋର କାଗଜର ଡଙ୍ଗା ପବନରେ ଝୁଲି ଝୁଲି 

କେତେ ସରାଗରେ ଗଢିଛି ,ବିଶ୍ୱାସେ ଦେଇଛି ଜଳରେ ମେଲି ।


ଡରିଯିବୁ ନାହିଁ ହାରିଯିବୁ ନାହିଁ ରଖିବୁ ମୋ ଟାଣପଣ 

ସଂଘର୍ଷ ନକଲେ ସମାଧି ନେବାକୁ ଲାଗିବନି ବେଶୀ କ୍ଷଣ ।


ତୋ ଟିକି ମୁହଁ ରେ ସାଇତା ପରା ମୋ ଦୂର ଅତୀତର ସ୍ମୃତି ,

ସାତ ଦରିଆର ସେପାରେ ଲେଖିଛୁ ମୋ ଦେଶ, ଦଶ ର ଖ୍ୟାତି ।


ସାଧବ ପୁଅର ବେପାର ବଣିଜ ସୁନ୍ଦର, ସମୃଦ୍ଧ ସ୍ୱପ୍ନ ,

ଗରଭେ ତୋହର ବୋହି ଆଣୁଥିଲୁ ହୀରା, ନୀଳା ଅଷ୍ଟରତ୍ନ ।


ସାଧବ ବୋହୂ ର ବନ୍ଦାଣ ଥାଳିରେ ପାଉଥିଲୁ ବନ୍ଦାପନା ,

ଲେଉଟାଣି ତୋର ଉତ୍ସବ ମୁଖର ମେଲାଣି ରେ ଅଶ୍ରୁ ବନ୍ୟା ।


ଡଙ୍ଗାରେ ତୋ ଭଳି ସଂସାର ସାଗରେ ଯାଉଛି ମୁଁ ଭାସି ଭାସି ,

ଦୁଃଖ ଭଉଁରିରେ ଘୁରୁଛି ତ କେବେ ଖର ସ୍ରୋତେ

ଯାଏ ଭାସି ।


ଜରାଜୀର୍ଣ୍ଣ ଏବେ ଏ ଜୀବନ ଡଙ୍ଗା ଦିଶିଲାଣି କେତେ ଫାଟ ,

ପାଣି ପଶିଲାଣି ଆଉ କିଛି ବାଟ,ତା'ପରେ ତ ଶେଷ ନାଟ ।



Rate this content
Log in