STORYMIRROR

Latika Bilash

Inspirational

3  

Latika Bilash

Inspirational

ମାଆ

ମାଆ

1 min
176

    

ମାଟିରୁ ଆକାଶ ପ୍ରଲମ୍ବିତ ତୋର ମମତା ପଣତ ଛାଇ ,

କେବେ ଜହ୍ନ କେବେ ଜାହ୍ନବୀ ସାଜିଣ କଳୁଷକୁ ବୋହି

ବୋହି ।।

ଅନ୍ଧାର ଆକାଶେ ଫୁକିଆ ସାଜିଣ ପଥ ଧାର ଟାଣି ଟାଣି ,

ସ୍ନେହ ସୁଧା ବାଣ୍ଟି ଗଡିଯାଉ ସବୁ ଭୋକ ଶୋଷ ଗଣି

ଗଣି ।।

ସୂର୍ଯ୍ୟର ତାପକୁ ଶୋଷଣ କରିଣ ସିଞ୍ଚି ସିଞ୍ଚି ସ୍ନିଗ୍ଧ ଜ୍ୟୋତ୍ସ୍ନା

ଧୂପକାଠି ହୋଇ କୁହୁଳି କୁହୁଳି ବିଞ୍ଚି ବିଞ୍ଚି ମିଠା ବାସ୍ନା ।।

ଜହ୍ନ ତାରା ତୋଳି ଆଣି ପାରୁଥିବା ମଧୁର ଝରଣା ଟିଏ

ମିଠା ମିଠା ସ୍ୱପ୍ନ ବାଣ୍ଟି ଦେଉଥିବା ମମତା ଝୁଲଣ ଟିଏ ।।

କେବେ ଶରୀରର ସୁରକ୍ଷା ପ୍ରହରୀ ସଫେଦ ରକ୍ତ କଣିକା

କେବେ ମୁହଁପୋଛା ରୁମାଲ ଖଣ୍ଡିଏ କେବେ ତ

ଧାନମାଣିକା ।।

ଦାରୁ ହେବା ସ୍ୱପ୍ନ ପଦାଘାତ କରି ଦୂବ ହୋଇ ରହିଯାଉ ,

ଘର ଅଗଣାର ତୁଳସୀ ସାଜି ତୁ ସୌଭାଗ୍ୟକୁ ଜଗିଥାଉ ।।

ମାଣିକରୁ ମାଟି ହୋଇ ସେ ମମତା ମାଟିକୁ କରେ ମଣିଷ

ତେଣୁ ତା'ର ସରାଗେ ବାରମ୍ବାର ହରି ମର୍ତ୍ତ୍ୟେ ମାଗନ୍ତି

ଆୟୁଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational