STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଅବସୋସର ଧୁଆଁ

ଅବସୋସର ଧୁଆଁ

1 min
1.1K


ଧୁଆଁ ଉଠୁ ଅଛି ହୃଦୟରେ ମୋର

   ଯନ୍ତ୍ରଣା ଦେଉଛି ଅତି,

ଅବସୋସ ଧୁଆଁ ମନ ପ୍ରଣେ ମୋର

   କଷ୍ଟ ଦେଉ ଅଛି ଅତି।


ମାସେ ବିତି ଗଲା କରିନି ଟି ଭକ୍ତି

   ଜଗନ୍ନାଥ ଚରଣରେ,

ଯାଇ ନି ମନ୍ଦିର ପୂଜିନି କାଳିଆ

   ଭୋଜିନି ଟି ହୃଦୟରେ।


କାହିଁକି କରିଲି ଏପରି କାର୍ଯ୍ୟକୁ

   ମନ୍ଦ ବୁଦ୍ଧି କିମ୍ପା ହେଲା?

କାହିଁକି ଭୋଜିନି ବଡ଼ ଠାକୁରଙ୍କୁ

   କାହିଁକି ଏପରି ହେଲା?


ଅବସୋସ ଧୁଆଁ ଜଳି ଉଠୁ ଅଛି

  ମନ ବିଚଳିତ ହୁଏ,

ଯନ୍ତ୍ରଣା ଦେଉଛି ମସ୍ତିଷ୍କରେ ମୋର

   ଅସ୍ଥିର ମନଟି ହୁଏ।


କି କହିବି ନାଥ ତୁମେହିଁ ସର୍ବଶ୍ବ

  ଭୁଲ କରି ଅଛି ମୁହିଁ,

ଅଧର୍ମୀ ମାନବ ମୁହିଁ ମହାପ୍ରଭୁ

  ବୁଦ୍ଧି ଜ୍ଞାନ ମୋର ନାହିଁ।


ପ୍ରତିଫଳ ତାର ଯନ୍ତ୍ରଣା ଦେଉଛି

  ସର୍ବଦା ଦୁଖିତ ମନ,

ବୁଦ୍ଧି ଦିଶୁ ନାହିଁ କି କରିବି ମୁହିଁ

  ଚରଣେ ନ ଦେଲି ଧ୍ୟାନ।


ମନୁଷ୍ୟ କର୍ତ୍ତବ୍ୟ ନ କଲିଟି ମୁହିଁ

  କରିନି କାଳିଆ ଭକ୍ତି,

ନରାଧମ ମୁହିଁ କ୍ଷମା କରି ଦିଅ

  ନିତ୍ୟେ କରିବି ମୁଁ ଭକ୍ତି।


କ୍ଷମା କରି ଦିଏ ବଡ଼ ଠାକୁରହେ

  ଭୁଲ ନ କରିବି କେବେ,

ତବ ନାମ ଗାଇ ବ୍ୟତୀତ କରିବି

  ମନୁଷ୍ୟ ଜୀବନ ଭବେ।


ବଡ଼ ଭୁଲ କଲି ଜୀବନ ଯାତ୍ରାରେ

 ତବ ନାମ ଭୋଜି ନାହିଁ,

ଚରଣ ସେବିନି ମାସେ ହେଲା ଆଜି

 ଯନ୍ତ୍ରଣା ଦେଉଛି ତହିଁ।


କୋହ ଉଠୁ ଅଛି ଅବସୋସେ ଆଜି

 କ୍ଷମା କରି ଦିଅ ପ୍ରଭୁ,

ଭୁଲ ଏପରିକି ନହେବ ଜୀବନେ

  ଶକ୍ତି ଦିଅ ମହାପ୍ରଭୁ।


ସବୁରି କାରଣ କୃପାସିନ୍ଧୁ ତୁମେ

  କୃପା କର ଦୟାନିଧି,

ମୁର୍ଖ ଏ ସନ୍ତାନ ବିନତି କରୁଛି

  ଦୟା କର ଦୟାନିଧି।


ତୁମେହିଁ ତାରକ ମାରକ ହେ ପ୍ରଭୁ

  ଜୀବନରେ ସର୍ବୋପରି,

ତବ ବିନୁ ଗତି ନାହିଁ ଜଗନ୍ନାଥ

  ଗୁହାରି ଶୁଣ ମୋହରି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy