STORYMIRROR

Hrushikesh Satpathy

Romance

3  

Hrushikesh Satpathy

Romance

ଅବିକଳ୍ପ ସଂଳାପ

ଅବିକଳ୍ପ ସଂଳାପ

1 min
308

ଦେଇଦିଅ ପଛେ ତୁମ

ସବୁ ଫୁଲ ତକ, ଯାହାକୁ ଚାହୁଁଛ

ମୋତେ କିନ୍ତୁ ଲୋଡ଼ା ସେଇ ଗୋଟେ,

ଗୋଟେ ସେଇ ଫୁଲ,ଅଛି ଯାହା

ତୁମ ଗଜରା ଗଭାରେ ।

       


ଜଳି ଯାଉ ସବୁ ମୋର,

ଧୂଳି ସାତ ହୋଇଯାଉ

ଘୁର୍ଣ୍ଣିରେ, ଝଡରେ

ଝରିବନି ଲୁହ,

କାନ୍ଦିବେନି ଲହୁ ଟୋପା ମାନେ

ଜଳିବାକୁ ଦେବିନାହିଁ କିନ୍ତୁ

ସେଇ ତୁମ ଟିକି ହୃଦୟକୁ

ମୋ ଦୁଃଖରେ କାନ୍ଦୁଥାଏ

ମୋ ସୁଖରେ ଖେଳୁଥାଏ

ରଖିଛି ମୁଁ ଯାହାକୁ ସାଇତି

କେଉଁ ଏକ ନିଭୃତ କୋଣରେ ।

      


ସବୁ ସ୍ବପ୍ନ ହଜିଯାଉ ତୁମ,

କିଛି ଲୋଡ଼ା ନାହିଁ ମୋର

ଦେବିନାହିଁ ହଜିବାକୁ କେବେ,

ଯାହା ତୁମେ ଆଉ ମୁଁ ଦେଖିଛେ

ଏକା ହୋଇ,ଏକ ନିଭୃତ ବେଳାରେ

ନିର୍ଜନ ସେ ବେଳାଭୂମି ପରେ  ।

       


ସବୁ ଶବ୍ଦମାନେ ଦୂରେଇ ଯାଆନ୍ତୁ

ମୋ' କାବ୍ୟର ପୃଷ୍ଠାରୁ ପୃଷ୍ଠାରୁ,

ନାହିଁ ମୋର ବ୍ୟାକୁଳତା

ଲିଭିବାକୁ ଦେବିନାହିଁ କେବେ

ସେଇ ଗୋଟେ ଶବ୍ଦ

ଯାହା ତୁମେ କହିଥିଲ

ସେଇ ତୁମ ଥରୁଆ ଓଠରୁ

ଗୁଣୁ ଗୁଣୁ ହୋଇ ମୋ' ନୀରବ କାନରେ।

       


ମନ୍ଦିରକୁ ଯିବି ନାହିଁ କେବେ

ଶୁଣିବାକୁ ଦେବଦାସୀ ଘୁଙ୍ଗୁରର  ଶବ୍ଦ

ଶୁଣେ ପରା ସବୁ ରାତି

ନିଃଶବ୍ଦ ରଜନୀ ପରେ

ଯେବେ ମୁଁ ଶୋଇଥାଏ

ତୁମ ସେଇ କୁଙ୍କୁମି ପାଦର

ନୁପୁରର ରୁଣୁ ଝୁଣୁ ତାନ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance