ଅଭିଶପ୍ତ
ଅଭିଶପ୍ତ
ମୁଁ ନାରୀ।
ମୁହୂର୍ତ୍ତ
ବାଟ ବଣା
ଦେଖ୍ ଦେଖ୍
ବୁଦା ମୂଳେ
ପୋଲତଳେ
ଅଳିଆ ଗଦା ରେ
ଜଙ୍ଗଲ ଭିତରେ
ଭଙ୍ଗା ଘରେ
ବିଚ୍ ରାସ୍ତାରେ
କୁକୁର,ବିଲୁଆ
ମଣିଷ ବାଘ
ଟାଣୁଛନ୍ତି
ଝୁଣୁଛନ୍ତି
ନିର୍ଦ୍ଦୟ ନିର୍ମମ ଭାବେ।
କେଉଁଠି ମୁଁ ସୁରକ୍ଷିତ
ବାଡ଼ ଖାଏ କ୍ଷେତ
ଘରେ ନା ବାହାରେ!
ମୋ ପାଇଁ ସ୍ଲୋଗାନ
କେବଳ ବାହାନା
ନାରୀ ନାରାୟଣୀ
ତୁମେ ପରାକୁହ !
ସେଇ ନାରୀ ଶକ୍ତିର ଅଂଶ
ଖୋଜେ ଆଜି
କାଶ ତଣ୍ଡି ସକାଳେ
ସୁରକ୍ଷିତ ପୃଥିବୀ ଚେନାଏଁ !
କି ନୃଶଂସ!
ଧର୍ଷଣ ପୁଣି
ଜିଭ କଟା
ନାରୀ ମାନେ କଣ
ଅଭିଶପ୍ତ!!
