STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଅଭିନନ୍ଦନ ନବବର୍ଷ

ଅଭିନନ୍ଦନ ନବବର୍ଷ

1 min
330


ପାହି ଆସିଲାଣି ତମସା ରଜନୀ

ଜୀବନ ଆଳସ୍ୟ ତେଜ

ବୁଣିଲେଣି ସୂର୍ଯ୍ଯ କିରଣ ମୁରୁଜ

ଗୁଞ୍ଜେ ଶୁଭ ଶଙ୍ଖନାଦ ।

ଉଡନ୍ତି ଆକାଶେ ବିହଙ୍ଗେ ସ୍ୱଚ୍ଛନ୍ଦେ

ମନ ଜିଣେ ଶୋଭା ପଙ୍କ୍ତି

ନବ ବରଷର ମଙ୍ଗଳ ପ୍ରଭାତ 

ଉଦ୍ଘୋଷେ ସ୍ବାଗତ ଗୀତି ।

ଉଛୁଳି ଉଠଇ କାକଳି ମୂର୍ଚ୍ଛନା

ସମୁଜ୍ଜ୍ୱଳ ଦଶଦିଶ 

ପ୍ରକୃତି ସୌନ୍ଦର୍ଯ୍ଯ କର ସନ୍ଦର୍ଶନ

ପ୍ରାଣ ଲଭୁ ପରିତୋଷ ।

ଭୁଲି ମନୁ କ୍ଳେଶ ଦୁଃଖ ଅବସାଦ 

ହୁଅ ଆତ୍ମ ସଚେତନ

ସୃଜନ ମନସ୍କ ନିଅ ସୁସଙ୍କଳ୍ପ 

ସମୟ ଦିଏ ଆହ୍ୱାନ ।

ସଂରଚ ପ୍ରକୃତି ସତ୍ଯ ପ୍ରତିଛବି

ଶବ୍ଦେ ଫୁଟୁ ସଦ୍ଭାବନା

ପ୍ରୟାସୁ ଜୀବନ ଉତ୍ତମ ସୁଗୁଣ

ନବନ୍ମେଷୁ ସମ୍ଭାବନା ।

ବିକଶୁ ପ୍ରତିଭା କାବ୍ୟିକ ଗରିମା

ସାରସ୍ବତ ଦୃଷ୍ଟିକୋଣ 

ନବ ବରଷର ଶୁଭ ଅବସରେ

ଅଜସ୍ର ଅଭିନନ୍ଦନ ।।



Rate this content
Log in

Similar oriya poem from Inspirational