STORYMIRROR

Prasanta Kumar Behera

Romance Classics Fantasy

4  

Prasanta Kumar Behera

Romance Classics Fantasy

ଅଭିନେତ୍ରୀ ଅଭିସାରିକା

ଅଭିନେତ୍ରୀ ଅଭିସାରିକା

1 min
142


ଅଭିନେତ୍ରୀ ତମେ 

ମୋ ମନ ରଙ୍ଗ ମଞ୍ଚେ

ମୋ ପାଇଁ ମହଲ ରଚିଛ


ସୁବର୍ଣ୍ଣ ପଲଙ୍କେ 

ମଖମଲ ଶେଯେ

ମଲ୍ଲୀ ଫୁଲ ସଜାଇଛ l


ଅଭିସାରିକାଗୋ 

ଅଭିଳାଷ ତମ

ବୁଝି ପାରେ ନାହିଁ ଜମା


ପାଶେ ତମ ଗଲେ

ଘୁଂଚି ଘୁଂଚି ଯାଅ

ଅଭିମାନିନୀ ମୋ ବାମା l


ତମ ଚାହାଣି ଓ 

ଜବା ଓଠ ହସ

ମୋ ପାଇଁ ଯାତନା ଖାଲି


ଏକି ଅଭିନୟ 

କରୁଛ ମୋ ସଖୀ

ଭାବି ଭାବି ସିନା ମଲି l




Rate this content
Log in

Similar oriya poem from Romance