STORYMIRROR

Tamanna Nanda

Romance Others

3  

Tamanna Nanda

Romance Others

// ଶେଷର ଶୋଷ //

// ଶେଷର ଶୋଷ //

1 min
118

ପୌଷ ପ୍ରାତଃର କୁସୁମିତ କଳ୍ପନାସବୁ

ବସନ୍ତର ମଳୟରେ ମିଳାଇଯିବା ପରେ,


ଫଗୁଣର ଫଗୁରେ ସ୍ଵତଃସ୍ପୃତ ରଙ୍ଗାୟିତ ଭାବସବୁ 

ପହିଲି ଆଷାଢ଼ର ନୈରାଶ୍ଯର ବର୍ଷାରେ ଫିକା ହେବା ପରେ, 


ଶ୍ରାବଣର ଶିଥିଳତାରେ,ଭିଜାମାଟିରେ ଭିଜିଥିବା ସ୍ୱପ୍ନତକ

ପୁନଃ ବୈଶାଖର ବହ୍ନିରେ ଦରପୋଡା ହେବା ପରେ,


ଶରତର ଶ୍ଵେତ କାଶତଣ୍ଡୀ ସହିତ ନୃତ୍ୟ କରିଥିବା ନୟନର ଆବେଗ 

ଅଦିନିଆ କାଳବୈଶାଖୀର ଝଡ ସହ ଝଡିଯିବା ପରେ,


ପୂର୍ଣ୍ଣମୀ ଜହ୍ନର ଜୋସ୍ନାରେ ଝଲସିତ ହୃଦୟର ହର୍ଷ 

ଅମାବାସ୍ୟାର ଅନ୍ଧକାରରେ ଅଙ୍ଗାର ହୋଇ ମିଶିଯିବା ପରେ,


ଚାତକର ଚାହାଣିରେ ଚମକିଥିବା ସ୍ପୃହାସବୁକୁ

ବୈଶାଖର ଉଷ୍ମଝାଞ୍ଜି ଶୋଷି ନେବା ପରେ,


ପୂର୍ଣ୍ଣଛେଦ ପଡି ମଧ୍ଯ ଅଧା ଅଧ୍ୟାୟର ଅବଶିଷ୍ଟାଂଶ 

ଆଉ ଶ୍ବାସରୁଦ୍ଧ ହୋଇପଡିଥିବା ଏକ ଅସନ୍ତୋଷ ଶେଷ,


ଏକ ନୂତନ ଅଧ୍ୟାୟର ଆରମ୍ଭକୁ ଅନୁସନ୍ଧାନ କରେ 

ପୂର୍ବ କାହାଣୀରୁ ବିଚ୍ଛିନ୍ନ ହୋଇ ଆତ୍ମନିର୍ଭର ହେବାକୁ କରେ ପ୍ରୟାସ 

ଆଉ ମେଣ୍ଟାଇବାକୁ ଚେଷ୍ଟାକରେ ସେ ଯାହାପାଇଁ ମର୍ମାହତ,

        ସେହି ଶୋଷ ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance