STORYMIRROR

Tamanna Nanda

Romance

4  

Tamanna Nanda

Romance

ତେବେ ତୁମେ ପ୍ରେମକୁ ଅନୁଭବ କରିଛ

ତେବେ ତୁମେ ପ୍ରେମକୁ ଅନୁଭବ କରିଛ

1 min
336

ଯଦି କେବେ ଅନ୍ଧାରିଆ ତାରାଙ୍କ ଗଳିରେ

ହଜିକି ନିଜକୁ ଖୋଜିଛ,

ଆଉ କେବେ ଜଣେ ପାହାନ୍ତିଆ ପ୍ରସ୍ଫୁଟିତ

ଅବୋଧ କଳିର ନିରୀହ ଆଖିରେ ଖୋଜିକି ପାଇଛ।


ଯଦି କେବେ ଗୋଧୂଳି ବେଳରେ

ଆବେଗେ ବତୁରି ଭାବରେ ବୁଡିଛ,

ଆଉ ରଙ୍ଗତୂଳୀ ଦେହେ ଜୀବନ ଫୁଙ୍କି

ଜୀବନକୁ ଆଙ୍କିଲା ବେଳେ କୂଳରେ ଲାଗିଛ।


       ତେବେ ତୁମେ ପ୍ରେମକୁ ଅନୁଭବ କରିଛ,

       ତେବେ ତୁମେ ପ୍ରେମକୁ ଅନୁଭବ କରିଛ।


ଯଦି କେବେ ଶେଫାଳି ସହ କ୍ଷଣିକ ପାଇଁ

ଜିଜ୍ଞାସା ର ବାସ ଛୁଟାଇଛ,

ଆଉ କେବେ ଅନୁଭବ କାଳି ଧରି ବଣିକ ଟେ ସାଜି

ଇତିହାସ ର ପୃଷ୍ଠା ଲେଉଟାଇଛ।


ଯଦି କେବେ ଜୀବନ ହାଟରେ ବାଲ୍ୟକାଳ ବିକି

ଚପଳତା ସହ ସଉଦା କରି ପରିପକ୍ୱତା ବାଟରେ,

ବାଳକକୁ ଦେଖି ଭାବୁକ ହେଇଛ

କେବେ ବିଶ୍ବାସଘାତକତା ର ଚାବୁକ ଖାଇ କ୍ଷତକୁ ନିଜେ ଭରିଛ।


           ତେବେ ତୁମେ ପ୍ରେମକୁ ଅନୁଭବ କରିଛ,

           ତେବେ ତୁମେ ପ୍ରେମକୁ ଅନୁଭବ କରିଛ।


ଯଦି କେବେ ପାହାନ୍ତି ରକ୍ତିମ ଗଗନେ

ଫୁଟିଲା ଲହୁ ସାଙ୍ଗେ ଅସ୍ତିତ୍ୱକୁ ତତାଇଛ,

କେବେ ସାୟଂକାଳେ ଅନ୍ତିମ ଲଗନେ

ବେଳାଭୂମି ରେ ଗଢିଥିବା ବାଲିଘର ସହ ସମୟ ବିତାଇଛ।


ଯଦି କେବେ ପହିଲି ଆଷାଢ଼ ବହି ଆଣୁଥିବା

ଚୋରାପ୍ରୀତି ରେ ଭିଜିଛ,

କେବେ ସାଧବ ବୋହୂ ସହ

ନବବଧୂ ସାଜିଛ।


       ତେବେ ତୁମେ ପ୍ରେମକୁ ଅନୁଭବ କରିଛ,

       ତେବେ ତୁମେ ପ୍ରେମକୁ ଅନୁଭବ କରିଛ।


ଯଦି କେବେ ସଙ୍ଗୀତର ରାଗ ସହ ରଙ୍ଗେଇ ହୋଇ

କଳ୍ପନା ରାଇଜେ ଯାଇ ପହଞ୍ଚିଛ, 

ଆଉ କେବେ ସ୍ମୃତି ର ଡ଼ଙ୍ଗା ଭସାଇ

ଅତୀତ ବୃକ୍ଷରେ ପାଣି ସିଞ୍ଚିଛ।


ଯଦି କେବେ ମୃତ୍ୟୁକୁ ପାଖରୁ ଦେଖି

ଜୀବନ ବେଶୀ ଦୂର ନୁହେଁ ବୋଲି ଅନୁଭବ କରି,

କେବେ ରାସ୍ତାକଡ ଫୁଙ୍ଗୁଳା ଦେହେ

ଜୀବନ ଫୁଙ୍କିବାକୁ ଭୋଗ ଠାରୁ ତ୍ୟାଗକୁ ଶ୍ରେୟ ମଣିଛ।


          ତେବେ ତୁମେ ପ୍ରେମକୁ ଅନୁଭବ କରିଛ,

          ତେବେ ତୁମେ ପ୍ରେମକୁ ଅନୁଭବ କରିଛ।


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance